ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଜାମୁପଶି ସୁକିନ୍ଦାକୁ ହରାଇ ବଡଚଣା ସେମିରେ

ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ବୟାଁବନାପୁର ପଞ୍ଚାୟତ ଚନ୍ଦ୍ରଭାନୁପୁର ଖେଳପଡିଆରେ ଅନୁଷ୍ଠିତ ୪ର୍ଥ ଆନ୍ତଃଜିଲ୍ଲା ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କ୍ୱାଟରଫାଇନାଲ ମ୍ୟାଚରେ ଜାମୁପଶି ସୁକିନ୍ଦାକୁ ହରାଇ ବଡଚଣା ସେମିକୁ ପ୍ରବେଶ କରିଛି । ବଡଚଣା କ୍ରିକେଟ ଟିମ ଟସ ଜିତି ସୁକିନ୍ଦାକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ ଦେଇଥିଲା । ଜାମୁପଶି ସୁକିନ୍ଦା କ୍ରିକେଟ ଟିମ ୧୮ଓଭରରେ ସମସ୍ତ ଉଇକେଟ ହରାଇ ୧୪୧ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ହାପି ଜେନା ୧୧ଟି ବଲରୁ ୨୯ରନ ସଂଗ୍ରହ କରିଥିବାବେଳେ ଅପରପକ୍ଷର ବୋଲର ଦିଲ୍ଲିପ ରାଉତ ୪ଓଭର ବୋଲିଂ କରି ୧୨ରନ ବ୍ୟୟ କରି ୨ଟି ଉଇକେଟ ପାଇଥିଲେ । ଜବାବରେ ବଡଚଣା ୧୪ଓଭରରେ ୧୪୨ ରନ ସଂଗ୍ରହ କରି ବିଜୟ ହୋଇଥିଲା । ଦଳପକ୍ଷରୁ ଦିଲ୍ଲୀପ ରାଉତ ୧୨ଟି ବଲରୁ ୨୮ରନ ସଂଗ୍ରହ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ଦିଲ୍ଲିପ ରାଉତଙ୍କୁ ବୟାଁବନାପୁର ସରପଞ୍ଚ ପ୍ରଶାନ୍ତ ସାହୁ ପୁରସ୍କୃତ କରିଥିଲେ । ରାମଚନ୍ଦ୍ର ଦାସ ଓ ଶରତ କୁମାର ପଣ୍ଡା ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଶୋଭନ ଶଙ୍ଖୁଆ ଓ ଜ୍ୟୋତିରଞ୍ଜନ ଚନ୍ଦ, ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ମଙ୍ଗଳବାର ତୃତୀୟ କ୍ୱାଟରଫାଇନାଲ ମ୍ୟାଚ ଯାଜପୁରର ଧବଳଗିରି ସହିତ କଟକର ବଡମ୍ବା ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ