ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ;ଭଣ୍ଡାରିପୋଖରୀକୁ ହରାଇ ଧବଳଗିରି ଫାଇନାଲରେ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବୟାଁବନାପୁର ପଞ୍ଚାୟତ ଚନ୍ଦ୍ରଭାନୁପୁର ଖେଳ ପଡିଆ ଠାରେ ଆଜି ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଭଣ୍ଡାରିପୋଖରୀକୁ ହରାଇ ଧବଳଗିରି ଫାଇନାଲକୁ ପ୍ରବେଶ କରିଛି । ଏହି ମ୍ୟାଚରେ ଧବଳଗିରି ଟସଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୧୮୫ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ସନ୍ଦିପ ଚନ୍ଦ ୧୯ଟିବଲରୁ ସର୍ବାଧିକ ୨୮ରନ ସଂଗ୍ରହ କରିଥିଲେ । ଜବାବରେ ଭଣ୍ଡାରିପୋଖରୀ କ୍ରିକେଟ ଟିମ ୧୭ଓଭରରେ ସମସ୍ତ ଉଇକେଟ ହରାଇ ୧୪୩ରନ କରି ପରାଜୟ ବରଣ କରିଥିଲା । ମ୍ୟାନ ଅଫ ଦି ମ୍ୟାଚ ଭାବେ ଧବଳଗିରିର ସନ୍ଦିପ ଚନ୍ଦଙ୍କୁ ଶ୍ରୀକୃଷ୍ଣ ସ୍ୱାଇଁ ଅତିଥି ଭାବେ ଯୋଗଦେଇ ପୁୁରସ୍କୃତ କରିଥିଲେ । ଅମ୍ପେୟାର ଭାବେ ମନୋଜ କୁମାର ଜେନା ଓ ଅଶୋକ କୁମାର ରାଉତ ଦାୟିତ୍ୱ ତୁଲାଇଥିବାବେଳେ ସ୍କୋରର ଭାବେ ଶୋଭନ କୁମାର ଶଙ୍ଖୁଆ, ସୁବ୍ରତ ପାତ୍ର ଓ ପ୍ରଦୀପ ଜେନା, ପ୍ରତ୍ୟୁଷ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଆସନ୍ତା ୩୧ତାରିଖ ଦିନ ବାସୁଦେବପୁର ଓ ଧବଳଗିରି ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ଜଣାଇଛନ୍ତି ।


