ହରିଆଣାରେ ମେଣ୍ଟ ପାଇଁ କଂଗ୍ରେସକୁ ଆପ୍ର ପ୍ରସ୍ତାବ
ନୂଆଦିଲ୍ଲୀ(ଏଜେନ୍ସି): ଦିଲ୍ଲୀରେ କଂଗ୍ରେସ ଓ କ୍ଷମତାସୀନ ଆମ୍ ଆଦ୍ମୀ ପାର୍ଟି (ଆପ୍) ପୃଥକ୍ ପୃଥକ୍ ଭାବେ ଲଢ଼ିବେ । ଆପ୍ ବିଜେପିକୁ ଦିଲ୍ଲୀରେ ଅଟକାଇବା ପାଇଁ କଂଗ୍ରେସର ହାତ ଧରିବାକୁ •ହିଁଥିଲା । ହେଲେ ଏହି ମେଣ୍ଟ ସମ୍ଭବ ହୋଇପାରି ନାହିଁ । ଏବେ ଆପ୍ ପକ୍ଷରୁ ହରିଆଣାରେ କଂଗ୍ରେସ ସହ ମେଣ୍ଟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ଆପ୍ ହରିଆଣାରେ କଂଗ୍ରେସ ସହ ମିଶି ଲଢି଼ବାକୁ ଆଗ୍ରହୀ ଥିବା ପ୍ରକାଶ କରିଛି । ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ବିଜେପିକୁ ହରିଆଣାରେ ହରାଇବାକୁ ହେଲେ କଂଗ୍ରେସ ମେଣ୍ଟ କରିବା ଦରକାର । ଆପ୍, ଜନନାୟକ ଜନତା ପାର୍ଟି (ଜେଜେପି) ଓ କଂଗ୍ରେସ ଯଦି ହରିଆଣାରେ ଏକାଠି ହେବେ, ତା’ହେଲେ ବିଜେପି ଏଠାକାର ସମସ୍ତ ୧୦ଟି ଯାକ ଲୋକସଭା ଆସନରେ ପରାସ୍ତ ହୋଇପାରିବ ବୋଲି କେଜ୍ରିୱାଲ ଆଶା କରିଛନ୍ତି । କେଜ୍ରିୱାଲ କହିଛନ୍ତି, ମୁଁ ରାହୁଲ ଗାନ୍ଧିଙ୍କୁ ଏକ ପ୍ରସ୍ତାବ ଦେବାକୁ •ହୁଁଛି । ଆପ୍, କଂଗ୍ରେସ ଓ ଜେଜେପି ଏକାଠି ନିର୍ବାଚନ ଲଢ଼ିବାକୁ ଆଗେଇ ଆସିବା ଦରକାର । ଦିଲ୍ଲୀରେ ଆମେ କଂଗ୍ରେସ ବିନା ଜିତି ପାରିବୁ । ଏଥିପାଇଁ ଲୋକମାନେ ବ୍ୟସ୍ତ ହେବା ଦରକାର ନାହିଁ । ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ଯୋଡ଼ି ଦେଶ ପାଇଁ ବିପଦ । ତେଣୁ ଏହି ଯୋଡ଼ିକୁ ପରାସ୍ତ କରିବା ନିହାତି ଜରୁରୀ । ଦେଶ ବର୍ତ୍ତମାନ ଦୁଇଟି ଭାଗରେ ବିଭକ୍ତ । ଗୋଟିଏ ପଟେ ମୋଦିଙ୍କ ଅନ୍ଧଭକ୍ତ ଥିବା ବେଳେ ଅନ୍ୟପଟେ ତାଙ୍କୁ ଶାସନରୁ ହଟାଇବାକୁ ଲୋକ ଅଛନ୍ତି । ହେଲେ ମୋଦିଙ୍କୁ ବିରୋଧ କରୁଥିବା ଲୋକଙ୍କ ସଂଖ୍ୟା ଅଧିକା ଥିଲେ ହେଁ ସେମାନେ ଏକ ହୋଇପାରୁନାହାନ୍ତି । ତେଣୁ ମୋଦି ବିରୋଧୀ ଲୋକମାନେ ଏକାଠି ହେବା ଦରକାର । ଯଦି ଆମେ ଏକାଠି ନ ହେବା, ତା’ହେଲେ ମୋଦି-ଶାହ ଯୋଡ଼ି ବିଜୟୀ ହୋଇଯିବେ । ଅରବିନ୍ଦ କେଜ୍ରିୱାଲ ମେଣ୍ଟ ପାଇଁ ପ୍ରସ୍ତାବ ଦେଇଥିଲେ ହେଁ କଂଗ୍ରେସ ପକ୍ଷରୁ ଏହାର ଜବାବ ମିଳିନାହିଁ ।