ହରିଜନ ନାବାଳିକା ହାତଗୋଡ ବନ୍ଧା ଘଟଣାର ନୁଆମୋଡ ଘଟଣାକୁ ଏତାଲାରେ ନାବାଳିକାର ଅସ୍ୱୀକାର,୪ ଅଟକ

ବେଲଗୁଣ୍ଠା, (ସନ୍ତୋଷ କୁମାର ବିଷୋୟୀ):ଶିବରାତ୍ରି ଦିନ ବେଲଗୁଣ୍ଠା ଥାନା ଅନ୍ତର୍ଗତ ନାୟକପଡା ଗ୍ରାମର ଜୈନିକ ନାବାଳିକାକୁ କିଛି ଯୁବକଙ୍କ ଦୁର୍ବ୍ୟବହାର,ମାଡ ମାରିବା ଓ ହାତଗୋଡ ବାନ୍ଧିବା ଘଟଣାର ନୁଆମୋଡ ନେଇଛି ।ଆଜି ନାବାଳିକା ଜଣକ ବେଲଗୁଣ୍ଠା ଥାନାରେ ଏ ସମ୍ପର୍କରେ ଏତଲା ଦେଇଛନ୍ତି । ସେ ଦିନ ସେ ତା ସାଙ୍ଗ ଘରକୁ ଯାଇ ରାତିରେ ଘରକୁ ଫେରୁଥିବା ସମୟରେ ଉପବାସ ଯୋଗୁଁ ମୁଣ୍ଡ ବୁଲାଇ ହୋଇ ପଡିଯାଇଥିବା ସେ ଏତାଲାରେ ଦର୍ଶାଇଛି ।ଏଥିସହିତ ଚେତାଫେରିବା ପରେ ସେ।ଭଞ୍ଜନଗର ଡାକ୍ତରଖାନାରେ ନିଜକୁ ପାଇଥିବା ଏବଂ ତା ସହ କୌଣସି ଦୁର୍ବ୍ୟବହାର ହୋଇନଥିଲା ସେ କହିଛି ।ନାବାଳିକାର ଏତାଲାକୁ ଭିତ୍ତି କରି ବେଲଗୁଣ୍ଠା ପୋଲିସ ୪୬/୨୧ରେ ଏକ ମାମଲା ରୁଜ୍ଜୁ କରି ଘଟଣାରେ ଜଡ଼ିତ ଥିବା ସନ୍ଦେହ କରି ୪ ଜଣକୁ ଅଟକ ରଖିଥିବା ଏବଂ ୧୬୪ ରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଝିଅଟିର ବୟାନ ରେକର୍ଡ ହେଲା ପରେ ତଦନ୍ତ ଆଗକୁ ବଢ଼ିବା ସହ ବିହିତ ପଦକ୍ଷେପ ନିଆଯିବ ବୋଲି ବେଲଗୁଣ୍ଠା ଥାନା ସେକେଣ୍ଡ ଅଫିସର ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।ପ୍ରକାଶ ଥାଉ କି,ମହାଶିବରାତ୍ରୀରେ ନାୟକପଡା ସ୍ଥିତ ବୈଦ୍ୟନାଥ ସ୍ୱାମୀ ଙ୍କ ଜାଗର ଯାତ୍ରା ପାଇଁ ଶତାଧିକ ଶ୍ରଦ୍ଧାଳୁ ଯିବା ଆସିବା କରିବା ସମୟରେ ବିଳମ୍ବିତ ରାତ୍ରରେ ହାତଗୋଡ ବନ୍ଧା ଜଣେ ଝିଅକୁ କିଛି ଲୋକ ଦେଖିବା ସହ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ଖବର ପାଇ ଘଟଣା ସ୍ଥଳରେ ଲୋକେ ରୁଣ୍ଡ ହୋଇ ନାବାଳିକାର ପରିବାର, ଆମ୍ବୁଲାନ୍ସକୁ ଖବର ଦେଇ ତାକୁ ଉଦ୍ଧାର କରିଥିଲେ ।କିନ୍ତୁ ଆଜି ଘଟଣାକୁ ନେଇ ନାବାଳିକାର ଅସ୍ୱୀକାର ଜନସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି ।ତା ସହ ଯୁବତୀ ଜଣକୁ ଡାକ୍ତରଖାନାରେ ଚେତା ଫେରିଥିବା ବେଳେ ତା ଗୋଡହାତ ବନ୍ଧା ହୋଇନଥିବା ସେ କେମିତି ଜାଣିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ ସନ୍ଦେହ ପ୍ରକାଶ କରିଛନ୍ତି ।କୌଣସି ପ୍ରକାର ଚାପର ବଶବର୍ତ୍ତୀ ହୋଇ ନାବାଳିକା ଜଣକ ନିଜର ପ୍ରତି ହୋଇଥିବା ଅତ୍ୟାଚାରକୁ ଲୁଚାଉଛି ବୋଲି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ