ହରିଡାଚିରା ଗ୍ରାମରେ ୩ ବଖରା ପୋଡି ପାଉଁଶ
ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ କରଚୁଲି ଗ୍ରାମ ପାଞ୍ଚାୟତର ହରିଡାଚିରା ଗ୍ରାମର ତିନୋଟି ପରିବାରର ୩ ବଖରା ଘର ପୋଡିଯାଇଥିବା ଜଣାପଡିଛି । କୌଣସି କାରଣ ଯୋଗୁଁ ହରିଡାଚିରା ଗ୍ରାମର ସାଗରିକା ନାୟକ, କୁମାରୀ ନାୟକ ଓ ବଂଶୀଧର ନାୟକଙ୍କ ଏକ ବଖରା ଲେଖାଁଏ ଘରରେ ନିଆଁ ଲାଗିଯାଇଥିବା ବେଳେ ବୁଗୁଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ କରଚୁଲି ସରପଞ୍ଚ ଧୋବା ପ୍ରଧାନ ପହଞ୍ଚି ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ଅବଗତ କରାଇବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ବ୍ୟକ୍ତିଗତ ଭାବେ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । ତହସିଲଦାର ଶ୍ରୀ ଜେନା ଅଫିସ କାର୍ଯ୍ୟରେ ଭଞ୍ଜନଗର ଚାଲିଯାଇଥିବା ବେଳେ ତାଙ୍କ ନିର୍ଦ୍ଦେଶ କ୍ରମେ ବି.କରଡ଼ାବାଡ଼ି ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ଫେରିଛନ୍ତି । ସରକାରୀ ନିୟମ ପ୍ରକାରେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଦିଆଯିବ ବୋଲି ତହସିଲଦାର ଶ୍ରୀ ଜେନା ପ୍ରକାଶ କରିଛନ୍ତି।


