ହରିନାମ ସଂକିର୍ତନ ପୂର୍ଣ୍ଣାହୁତି

ହିିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ଠାରେ ଗତ ୨୦୦୮ ମସିହା ଠାରୁ ଶୁଭାରମ୍ଭ ହୋଇଥିବା ହରିନାମ ସଂକିର୍ତନ ମହୋତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି । ଚଳିତ ୩ ତାରିଖ ଠାରୁ ୫ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଗ୍ରାମ ବଡ଼ଦାଣ୍ଡ ସାହିରେ ଯଜ୍ଞମଣ୍ଡପ ଓ ଗୋପୂଜନ ଯଜ୍ଞ ପ୍ରସ୍ତୁତି କରାଯାଇଥିଲା ମୁଖ୍ୟ ପଣ୍ଡିତ ଅଖିଳ କୁମାର ତ୍ରିପାଠି ଶର୍ମା ଓ ସହଯୋଗୀ ବିଶାରଦ ଜଗନ୍ନାଥ ନନ୍ଦ ପ୍ରତ୍ୟେହ ସକାଳ ୮ ଟାରୁ ରାତ୍ର ୮ ଘଂଟା ପର୍ଯ୍ୟନ୍ତ ଘୃତଯଜ୍ଞ ସହ ପୂଜାର୍ଚ୍ଚନା ଚାଲିଥିଲା । ପ୍ରତ୍ୟେହ ଆଧ୍ୟାତ୍ମିକ ଓ ଦାର୍ଶନିକ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିଥିଲା ।ପ୍ରବଚକ ଭାବେ ଚିନ୍ମୟ ମିଶନ, ରାଉଲକେଲାର ସ୍ୱାମୀ ନିର୍ଲିପ୍ତାନନ୍ଦଜୀ ଆଚାର୍ଯ୍ୟ ଶ୍ରୀ ହନୁମତ ଚରିତ୍ର ସମ୍ବନ୍ଧରେ ଚିତାକର୍ଷକ ଅମୃତବାଣୀ ପ୍ରଦାନ କରୁଥିଲେ ।ବିଭିନ୍ନ ସାହି ବସ୍ତିରେ କଳାକୁଂଜ ସ୍ଥାପନ ସହ ଦୃଷ୍ଟିହୀନ ହରଗୌରୀ ଭଜନ ସମାରୋହ ପରିବେଷଣ କରାଯାଇଥିଲା ।ଏବଂ ମୀନା ବଜାର ଓ ବିଭିନ୍ନ ରକମର ଦୋଳି ଖେଳ ଚାଲିଥିଲା । ଗ୍ରାମରେ ହରିନାମ ସଂକିର୍ତନ ଶୁଭାରମ୍ଭ ଠାରୁ ଉଦଯାପନି ପର୍ଯ୍ୟନ୍ତ ପ୍ରତ୍ୟେହ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା । ସଂପୃକ୍ତ ଗ୍ରାମ ସମେତ ନିକଟବର୍ତି ଗ୍ରାମାଂଚଳର ବହୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଅସମ୍ଭବ ଭିଡ଼ ଲାଗି ରହିଥିଲା ।ଉକ୍ତ ସମାବେଶକୁ ସ୍ଥାନୀୟ ବ୍ଳକର ବିଭିନ୍ନ ଅତିଥି ବୃନ୍ଦ ଯୋଗଦାନ କରି ପ୍ରଭୁକୃପା ଲାଭ କରିଥିଲେ । ହରିନାମ ସଂକିର୍ତନ ଉତ୍ସବ ଯୋଗୁଁ ଗ୍ରାମର ବିଭିନ୍ନ ସାହି ବସ୍ତିରେ ବହୁ ରକମର ଖେଳଣା, ବାରମଜା ଓ ଘରକରଣା ସାମଗ୍ରୀର ଅସ୍ଥାୟୀ ଦୋକାନ ବଜାର ମାନ ଗଢି ଉଠିଥିଲା । କାର୍ଯ୍ୟକ୍ରମକୁ ମନୋଜ କୁମାର ସାବତ, ସନୋଜ ସାହୁ, ଗୋପାଳ ସବାତ, ଭଗବାନ ଗୌଡ଼, ସମିର ସ୍ୱାଇଁ, ବିପ୍ର ପରିଡା଼, ସ୍ୱାଧିନ ବରଡ଼, ନିଳାଂଚଳ ପାଢିଙ୍କସମେତ ଗ୍ରାମର ୩ଶହରୁ ଉର୍ଦ୍ଧ୍ୱ ସ୍ୱେଛାସେବକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ