ହରିବଂଶ ସହିତ ଶ୍ରୀମଦ ଭଗବତ ଗୀତା ଯଜ୍ଞ ଅନୁଷ୍ଠିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଠାରେ ପଞ୍ଚଦିବସୀୟ ହରିବଂଶ ସହିତ ଶ୍ରୀମଦ ଭଗବତ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପୂଜକ ଶଙ୍କର୍ଷଣ ତ୍ରିପାଠୀ ଓ ବିଜୟ ତ୍ରିପାଠୀଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାବେଳେ ୧୮ଅଧ୍ୟାୟ ସଂସ୍କୃତ ଶ୍ଲୋକରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟୁଷରୁ ସୂର୍ଯ୍ୟପୂଜା ଓ ଘଟସ୍ଥାପନା ପରେ ବୈଦିକ ବିଧି ଅନୁସାରେ ହୋମ ଯଜ୍ଞ ଆରମ୍ଭ ହୋଇଥିଲା । ସଂକଳ୍ପ କର୍ତ୍ତା ଭାବେ ଜୟରାମ ଲେଙ୍କା, ବଉଳ ଲେଙ୍କା, ମାୟାଧର ଲେଙ୍କା, ତିଳୋତ୍ତମା ଲେଙ୍କା ଦାୟିତ୍ୱ ନିର୍ବାହ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମାନସ ଲେଙ୍କା, ଜଗନ୍ନାଥ ଲେଙ୍କା, ଅରୁଣ ଲେଙ୍କା, ଅସିତ ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ ।


