ହରିବୋଲ ହୁଳ ହୁଳିରେ ପ୍ରକମ୍ପିତ ହେଲା
ଚିକିଟି, (ଯୁଗାବ୍ଦ ନ୍ୟୁଜ) : ପବିତ୍ର କାର୍ତ୍ତିକ ମାସରେ ଚିକିଟି ବ୍ଲକ ଚାନ୍ଦପୁରରେ ଅନୁଷ୍ଠିତ ହୋଇଥିବା ମାନସ ପାରାୟଣ ଶନିବାର ଦଶମ ଦିନରେ ପହଁଚିବା ଅବସରରେ ସାଧୁବାଣି କାର୍ଯ୍ୟକ୍ରମର ବକ୍ତା ପଣ୍ଡିତ ଶ୍ରୀମାନ ଜିତୁଦାସ ଉପସ୍ଥିତ ହୋଇ ପ୍ରବଚନ ଦେଇଥିଲେ । ପ୍ରବଚନ ଶୁଣିବା ଓ ପ୍ରବଚକଙ୍କୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ପ୍ରାୟ ପାଞ୍ଚ ହଜାରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଲୋକଙ୍କ ମନରେ ଖୁସି ଆନନ୍ଦକୁ ଅନୁଭବ କରେଇ ଭକ୍ତି ଭାବ ଜାଗୃତ କରୁଥିବା ବେଳେ ହରିବୋଲ ହୁଳ ହୁଳି ସ୍ୱବ୍ଧ ରେ ଗଗନ ପ୍ରକମ୍ପିତ ହୋଇଉଠିଥିଲା।ଲୋକଙ୍କ ସମାଗମ କୁ ଦେଖି ପ୍ରତିଦିନ ଭଳି କାର୍ଯ୍ୟକ୍ରମର ସଦସ୍ୟ ଓ ଅଞ୍ଚଳ ବାସୀ ଙ୍କ ନେତୃତ୍ୱ ରେ ହାଲୁଆ ଓ ଖେଚେଡ଼ି ଭୋଗର ଆୟୋଜନ କରାଯାଇଥିଲା। କୌଣସି ପ୍ରକାର ବିଶୃଙ୍ଖଳା ଯେମିତି ନହେବ ସେଥିପାଇଁ ନୂଆପଡା ଫାଣ୍ଡି ଅଧିକାରୀ ଓ ନୂଆଗାଁ ଥାନା ଅଧିକାରୀ ରହି କାର୍ୟ୍ୟକ୍ରମ ର ତଦାରଖ କରିଥିଲେ। ରାମଚରିତ ମାନସ ଉଦଯାପିତ ହେବାକୁ ଆଉ ଗୋଟେ ଦିନ ବାକି ରହିଛି।