ହରିରାଜପୁର ପଞ୍ଚାୟତର କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍‍): ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତର ପ୍ରାୟ ୨୦ ଜଣ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିବାର ଜଣାପଡିଛି । ବର୍ତ୍ତମାନ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସେମାନଙ୍କୁ ଅଣଦେଖା କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କ ନୀତି ଓ ଆଦର୍ଶକୁ ଗ୍ରହଣ କରିବା ସହ ବିଧାୟକ ପ୍ରଦୀପ ମହାରଥୀଙ୍କ ସହିତ ରହି ଗ୍ରାମ ପଞ୍ଚାୟତର ଉନ୍ନତି ପାଇଁ ଦଳ ଛାଡି ବିଜେଡି ଦଳରେ ସାମିଲ ହୋଇଛନ୍ତି ବୋଲି ସେମାନେ କହିଛନ୍ତି । ସେମାନେ ହେଲେ ସୁଦୀପ୍ତ ଚମ୍ପତ୍ତି, ପ୍ରମୋଦ ସାମନ୍ତରାୟ, ହୁଲାସ ଚନ୍ଦ୍ର ଦାସ, ଲୋକନାଥ ମାର୍ଥା, ପ୍ରଶନ୍ନ କୁମାର ସାମନ୍ତରାୟ, ଅଶୋକ କୁମାର ସାମନ୍ତରାୟ, ପୂର୍ବତନ ସମିତିସଭ୍ୟ ଅଶୋକ ପ୍ରଧାନ ପ୍ରମୁଖଙ୍କ ସହ ପ୍ରାୟ ୨୦ ଜଣ ଉକ୍ତ ପଞ୍ଚାୟତର କଂଗ୍ରେସ କର୍ମୀ ବିଧାୟକ ପ୍ରଦୀପ ମହାରଥୀ ଓ ପିପିଲି= ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ପ୍ରଚାର କମିଟର ଅଧ୍ୟକ୍ଷ ଧରଣୀଧର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ବିଜେଡି ଦଳରେ ମିଶିଥିଲେ । ଫଟୋନଂ ୬୯୪୯

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ