ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ପ୍ରଦାନ ନିମନ୍ତେ ଦାବୀ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଂଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମର ଚକ୍ଷୁହୀନ ବିବାହିତ ମହିଳା ସୁଲୋଚନା ପାତ୍ରଙ୍କ ବିୟୋଗ ଗତ ୨୦୨୧ ଜୁନ ୭ ତାରିଖ ହୋଇଥିଲେ । ତାଙ୍କ ପରିବାରଙ୍କୁ ଏ ପର୍ଯ୍ୟନ୍ତ ହରିଶ୍ଚନ୍ଦ ଯୋଜନାରେ ସରକାରୀ ସହାୟତା ରାଶି ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ନେଇ ମୃତ ସୁଲୋଚନା ପାତ୍ରଙ୍କ ସ୍ୱାମୀ ବିପିନୀ ବିହାରୀ ପାତ୍ର ସୋମାବର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ସେ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ସୁଲୋଚନା ମୃତ୍ୟୁବରଣ କରିବାର ଦୀର୍ଘ ଦିନ ବିତିଯାଇଥିଲେ ହରିଶ୍ଚନ୍ଦ୍ର ଯୋଜାନର ସହାୟତା ରାଶି ପ୍ରଦାନ କରାଯାଇ ନଥିବାରୁ ବିପିନୀ ବହୁବାର ତତକାଳୀନ ସରପଞ୍ଚ ଓ ବ୍ଲକ କାର୍ଯ୍ୟାଳୟକୁ ଜଣାଇଥିଲେ ମଧ୍ୟ କୈାଣସି ସହାୟତା ନଥିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଛି ବୋଲି ସେ କହିଛନ୍ତି । ଏହା ସହିତ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ଆତ୍ମତ୍ସାତ ହୋଇଥିବାର ମଧ୍ୟ ସେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ