ହରିହରାନନ୍ଦ ଧ୍ୟାନ ମନ୍ଦିର ମାତୃ ଆଶ୍ରମରେ ରାଜ୍ୟସ୍ତରୀୟ ଗୀତାଜ୍ଞାନ ପରୀକ୍ଷା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଅବଦୁଲପୁରସ୍ଥିତ ହରିହରାନନ୍ଦ ଧ୍ୟାନ ମନ୍ଦିର ମାତୃ ଆଶ୍ରମରେ ରାଜ୍ୟସ୍ତରୀୟ ଗୀତାଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବିଦ୍ୟାଳୟରୁ ୪୦ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଯୋଗ ଦେଇଥିଲେ । ପରୀକ୍ଷା ନିରୀକ୍ଷକ ଭାବେ ବ୍ରହ୍ମଚାରିଣୀ ଝରଣା ମାଆ, ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ଆଚାର୍ଯ୍ୟ, ଶିକ୍ଷକ ଗୟାଧର ଦାସ ଦାୟିତ୍ୱରେ ରହିଥିବା ବେଳେ ବ୍ଲକ ସଂଯୋଜକ ବାବାଜୀ ଚରଣ ଦାସ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।