ହରିହର ମନ୍ଦିରରେ ସ୍ୱାସ୍ଥ୍ୟ ଶିବିର
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ପ୍ରାତଃ ବ୍ରହ୍ମପୁର, ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନl ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ ରୋଗଆଦିର ପରୀକ୍ଷା କରି ଚିକିତ୍ସା, ପରlମର୍ଶ ଓ ଔଷଧ ବିତରଣ କରିଥିଲେ l ପ୍ରତି ସୋମବାର ସକାଳେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୁଏ l ଶିବିରର ପ୍ରାୟୋଜକ ଥିଲେ ଶ୍ରୀ ଜୟନ୍ତୀ ଲାଲ ନରସି ଚୌହାନ, ପରିଚାଳନାରେ ସହଯୋଗ କରିଥିଲେ ଭଗବାନ ପ୍ରସାଦ ପରିଛା, ଗଣେଶ ପ୍ରସାଦ ପରିଛା ମନ୍ଦିର କମିଟିର ସଭ୍ୟ ସଭ୍ୟା l ପ୍ରତି ସୋମବାର ସକାଳେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୁଏ, ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ଅନୁରୋଧ କରିଛନ୍ତି l


