ହରିହାଟ ମେଳା ଆରମ୍ଭ

ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ଅନ୍ତର୍ଗତ ଡାହାଲା କୁରାଢିଆପଦା ସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ହରିହାଟ ମେଳା ଶନିବାର ଠାରୁ ଆରମ୍ଭ ହୋଇଛି । ପୂଜକ ନିରଞ୍ଜନ ଦ୍ୱିବେଦୀଙ୍କ ଦ୍ୱାରା ଘଟସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏଥିସହିତ ନାମ ସଂଙ୍କୀର୍ତ୍ତନ, ପ୍ରସାଦ ସେବନ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ରବିବାର ସନ୍ଧ୍ୟାରେ ପାଲା ପରିବେଷଣ ଓ ସୋମବାର ଦିନ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ