ହରିୟାଣା ବିଧାନସଭା ନିର୍ବାଚନ: ଯାଗେଶ୍ୱର, ବବିତାଙ୍କୁ ଟିକେଟ

ନୂଆଦିଲ୍ଲୀ-୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୨୧ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ସୋମବାର ଭାଜପା ୭୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କୁ ପୁଣି ଥରେ କର୍ନଲରୁ ପ୍ରାର୍ଥୀ କରାଯାଇଥିଲା ବେଳେ ଏକାଧିକ କ୍ରୀଡାବିତ୍ଙ୍କୁ ଟିକେଟ ମିଳିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଅଲିମ୍ପିକ୍ ମେଡାଲ ବିଜେତା ଯାଗେଶ୍ୱର ଦତ୍ତ, ରେସଲର ବବିତା ଫାଗତ ଏବଂ ପୂର୍ବତନ ହକି ଅଧିନାୟକ ସନ୍ଦିପ୍ ସିଂ । ବବିତା ଦାଦ୍ରିରୁ, ସନ୍ଦିପ୍ ପେହୋୱା ଏବଂ ଯାଗେଶ୍ୱର ବରୋଦା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଭାଜପା ସାଧାରଣ ସମ୍ପାଦକ ଅରୁଣ ସିଂ ସୂଚନା ଦେଇଛନ୍ତି । ୩୮ ବିଧାୟକଙ୍କୁ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଟିକେଟ ଦିଆଯାଇଥିବାବେଳେ ୭ ଜଣଙ୍କୁ ବାଦ୍ ଦିଆଯାଇଛି । ହରିୟାଣା ଭାଜପା ସଭାପତି ସୁଭାଷ ବରାଳ ତାହାନାରୁ, କ୍ୟାପଟେନ୍ ଅଭିମନ୍ୟୁ ନାର୍ନୋଡରୁ ଏବଂ ଓମ୍ ପ୍ରକାଶ ଧନକର ବଡ୍ଲି ନିର୍ବାଚନ ଲଢ଼ିବେ? ଭାଜପାର ପ୍ରଥମ ପର୍ଯ୍ୟାୟ ତାଲିକାରେ ୯ ମହିଳା ଓ ୨ ମୁସଲମାନ ପ୍ରାର୍ଥୀ ସ୍ଥାନ ପାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ