ହରି ଓଁ କ୍ଲବର ସ୍ୱନକ୍ଷେତ୍ର ଦିବସ, ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ହରି ଓଁ କ୍ଲବର ୧୪ତମ ସ୍ୱନକ୍ଷେତ୍ର ଦିବସ ହୋଟେଲ କଳିଙ୍ଗ ଅଶୋକାଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବର୍ତମାନର ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗର ଅଧ୍ୟକ୍ଷ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀ ମୁଖ୍ୟ ଅତିଥି ଭାବେ, ସୋଆ ଡିମ୍‌ଡ କୁଳପତି ଡ. ଅଶୋକ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବେ, ଚଳଚ୍ଚିତ୍ର ନିଗମର ପୂର୍ବତନ ଅଧ୍ୟକ୍ଷ ଅଭିନେତା କୁନା ତିପାଠୀ ସମ୍ମାନୀତି ଅତିଥି ଭାବେ ଓ ଅନୁଷ୍ଠାନର ଉପଦେଷ୍ଟା ଅଶୋକ ମହାପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବା ସହ ସ୍ମରଣୀକା ଉନ୍ମୋଚନ କରିଥିଲେ । କ୍ଲବ୍‌ର ସଭାପତି ତଥା ଭୁବନେଶ୍ୱର ଓକିଲ ସଂଘର ପୂର୍ବତନ ସଭାପତି ଆଇନଜୀବୀ ଦୁର୍ଗାମାଧବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶା ଆଇନ ପ୍ରତିଷ୍ଠାନର ଅବୈତନିକ ନିର୍ଦ୍ଦେଶକ ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର କୁଳମଣି ଜେନା, ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ୍ କଲାମଙ୍କ ସହାୟକ ଗୃପ୍ କ୍ୟାପ୍‌ଟେନ୍ ସଦାଶିବ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନିକଟରେ ଡକ୍ଟରେଟ୍ ପାଇଥିବା ଅନୁଷ୍ଠାନର ପୂର୍ବତନ ସଭାପତି ଡ଼ ଅଶୋକ ମହାପାତ୍ର ଓ ସମାଜସେବୀ ଡ଼ ଲିଙ୍ଗରାଜ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ଅନୁଷ୍ଠାନର ଉପଦେଷ୍ଠା ରମାବଲ୍ଲଭ ମହାପାତ୍ର, ଇଂ ନାରାୟଣ ପାତ୍ର ଓ ରମାକାନ୍ତ ମହାନ୍ତିଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ସମ୍ପାଦକ ବିଷ୍ଣୁ ପ୍ରସାଦ ମୁଦୁଲି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ଉଲ୍ଲାସ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ନୂତନ ସଭ୍ୟମାନଙ୍କ ପରିଚୟ ପ୍ରଦାନ ସହ କୃତି ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ