ହରି ଓଁ କ୍ଲବର ୧୫ତମ ସ୍ୱନକ୍ଷେତ୍ର ଦିବସ, ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବରିଷ୍ଠ ନାଗରିକଙ୍କ ହରି ଓଁ କ୍ଲବର ୧୫ତମ ସ୍ୱନକ୍ଷେତ୍ର ଦିବସ କେଦାରଗୌରୀ ମା’ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସଡ଼ିଶା ଶିଳ୍ପ ଓ ବାଣିଜ୍ୟ ସଂଘର ସଭାପତି ବ୍ରହ୍ମାନନ୍ଦ ମିଶ୍ର, ମୁଖ୍ୟ ବକ୍ତାଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସ୍ୱତନ୍ତ୍ର ଅତିଥିଭାବେ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବା ସହ ସ୍ମରଣୀକା ଉନ୍ମୋଚନ କରିଥିଲେ । ଏହି ଅବସରରେ ଗ୍ରୀନ୍ ୱାଲର୍ଡ ଟ୍ରଷ୍ଟର ଅଧ୍ୟକ୍ଷ ନୃପେଶ କୁମାର ନାୟକଙ୍କୁ ପରିବେଶ ସୁରକ୍ଷା ପାଇଁ ଓ କୁନି ପ୍ରବଚକ କେଶବ ଦାସ ଦ୍ୱିତିକୃଷ୍ଣଙ୍କୁ ଆଧ୍ୟାତ୍ମିକ ଚେତନା ପାଇଁ ମାନପତ୍ର ଏବଂ ଔପଡକନ ଦିଆଯାଇ ସମ୍ମାନୀତ କରାଯାଇଥିଲା । ଏଥି ସହ କ୍ଲବର ବରିଷ୍ଠ ସଦସ୍ୟ ଅଶୋକ ରଥ, ନାଲ୍‌କୋର ପ୍ରାକ୍ତନ କାର୍ଯ୍ୟନୀର୍ବାହୀ ନିର୍ଦେଶକ ଡକ୍ଟର ବିଭୂତି ପଟ୍ଟନାୟକଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । କ୍ଲବ୍‌ର ସଭାପତି ରମେଶ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ବିଷ୍ଣୁ ପ୍ରସାଦ ମୁଦୁଲି ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସ୍ନେହାଶ୍ରୀ ମୁଦୁଲି ସଂଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ଲବର ଉପଦେଷ୍ଟା ରମାକାନ୍ତ ମହାନ୍ତି, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ବାଇଧର ବେହେରା, ବଦ୍ରିନାରାୟଣ ପଟ୍ଟନାୟକ, ରୋଟାରୀ କ୍ଲବ ଅଫ୍ ଫେଲୋଶିପ୍ ଗଦାଧର ଦାସ, ସୁଧିର ରଞ୍ଜନ ଜେନା, ଗୋପି ମୋହନ ପଟ୍ଟନାୟକ, ସୁବଳ ଚନ୍ଦ୍ର ଦାସ, ଧିରଜ ମହାପାତ୍ର ଲିଙ୍ଗରାଜ ବେହେରା, ଉପସଭାପତି ଉଲ୍ଲାସ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ପରିଚାଳଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ