‘ହରି ମେରାଇନ’ରେ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) : ‘ବାଲେଶ୍ୱର ଲାୟନ୍ସ କ୍ଲବ ସ୍ୟାଣ୍ଡସିଟି’ ଓ ‘ହରି ମେରାଇନ’ର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବଣପାରିଆସ୍ଥିତ ହରି ମେରାଇନ ଶିଳ୍ପାନୁଷ୍ଠାନ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ଲାୟନ୍ସ କ୍ଲବ ଡିଜି ଭଗବାନ ଖଣ୍ଡେଲୱାଲ ଏହି ଶିବିରକୁ ମିଳିତ ଭାବେ ଉଦଘାଟନ କରିବା ସହିତ ଦୁଇ ଅନୁଷ୍ଠାନର ସମାଜସେବା ମୂଳକ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ଅତିଥିମାନେ କହିଥିଲେ । ଲାୟନ୍ସ କ୍ଲବ ସ୍ୟାଣ୍ଡସିଟିର ସଭାପତି ଅଏନ ସେନ, ହରି ମେରାଇନର ପରିଚାଳନା ନିର୍ଦ୍ଦେଶକ ସଂଗ୍ରାମ ଦାସ, ନିର୍ଦ୍ଦେଶକ ସମ୍ପଦ ଦାସ ପ୍ରମୁଖ ଏଥିରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଜିଲାର ରକ୍ତର ଅଭାବ ପୂରଣ ପାଇଁ ନିୟମିତ ବ୍ୟବଧାନରେ ଏହିଭଳି ଶିବିର ଆୟୋଜନର ଆବଶ୍ୟକତା ଅଛି ବୋଲି ସେମାନେ କହିଥିଲେ । ଧୀରେନ୍ଦ୍ର ପ୍ରସାଦ ମୋର, ପ୍ରକାଶ ମହାନ୍ତି, ଚିନ୍ମୟ ବିଶ୍ୱାଳ, ରବିନାରାୟଣ ପଣ୍ଡା, ସଞ୍ଜୀବ ନାୟକ, ଆଶା ଖଣ୍ଡେଲୱାଲ, ବିଶନ ଖଣ୍ଡେଲୱାଲ, ଅରିନ୍ଦମ ସାହୁ ପ୍ରମୁଖ ଏଥିରେ ଯୋଗ ଦେଇ ଶିବିର ପରିଚାଳନା କରିଥିଲେ । ଜିଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ