ହରେ କୃଷ୍ଣ କ୍ଳବର ସଦସ୍ୟମାନେ ରାତ୍ର ଭୋଜନ ପାଇଁ ସହାୟତା କରିଛନ୍ତି
ଭଂଜନଗର,(ସନ୍ତୋଷ କୁମାର ଜେନା):ବର୍ତ୍ତମାନ ସାରା ବିଶ୍ୱକୁ ” କରୋନା ” ମହାମାରୀ କବଳିତ କରିରଖିଛି l ଏହାର ପ୍ରଭାବରେ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଦୁଃଖଦ ପରିସ୍ଥିତି ସୃଷ୍ଟି ହେlଇଛି l ଏହି ସମୟରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ନିକଟବର୍ତ୍ତୀ କୁଲାଡ଼ ହାଇସ୍କୁଲରେ ବାହାର ରାଜ୍ୟରୁ 32ଜଣ ଅଧିବାସୀ ଲକ୍ ଡାଉନ୍ ପାଇଁ ଅସହାୟ ଅବସ୍ଥାରେ ରହିଥିବା ଖବର ମିଡ଼ିଆମାଧ୍ୟମରେ ଜାଣିବାପରେ ହରେ କୃଷ୍ଣ କ୍ଳବର ସଦସ୍ୟମାନେ ଏହି ଖବର ଶୁଣି ସେମାନଙ୍କୁ ସାହାର୍ଯ୍ୟ କରିବାପାଇଁ ଅଟା,ଗହମ ଚୁନା,ପିଲାଙ୍କ ପାଇଁ କ୍ଷିର, ନେଇ ୭ଜଣ ପରିବାରକୁ ରାତ୍ର ଭୋଜନ ପାଇଁ ସହାୟତା କରିଛନ୍ତି l ରାଜ୍ୟ ବାହାରୁ ହୋଇଥିବାରୁ ସେହି ଅସହାୟମାନଙ୍କୁ କୁଲାଡ଼ସ୍ଥିତ ବିଦ୍ୟାଳୟ ଠାରେ ରଖାଯାଇଛି।ଏହା ସହିତ ସରକାରଙ୍କ ତରଫରୁ ସେମାନଙ୍କୁ ଦିନକୁ ଗୋଟିଏ ଥର ରନ୍ଧା ଖାଦ୍ୟ ଦିଆଯାଉଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ l ଏଥିରେ ସରପଞ୍ଚ , ପୁଲିସ ଉପସ୍ଥିତ ଥାଇ ହରେକୃଷ୍ଣ ହେଲ୍ପ କ୍ଲବ ମାଧ୍ୟମରେ ଏହି ମାନଙ୍କୁ ରାତ୍ରି ଭୋଜନ ପାଇଁ ସାହାର୍ଯ୍ୟ କରାଯାଇଛି lଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି କୃଷ୍ଣଚନ୍ଦ୍ର ଦଳବେହେରା,ଭିକାରି ଚରଣ ବେହେରା,ଅରୁଣ କୁମାର ଦଳବେହେରା ଓ ସନ୍ତୋଷ କୁମାର ନାୟକ ସାମିଲ ହୋଇଥିଲେ l ହରେ କୃଷ୍ଣ କ୍ଲବ ର ଏହି ଛୋଟିଆ ପ୍ରୟାସ କୁ ସ୍ଥାନୀୟ ଲୋକମାନେ ପ୍ରସଂସା କରିଛନ୍ତି।