ହର ଘର ତିରଙ୍ଗା କ୍ୟାମ୍ପେନ୍ ବାଲିମେଳାରେ
ବାଲିମେଲା, (ଯୁଗାବ୍ଦ ନ୍ୟୁଜ):ହର ଘରତିରଙ୍ଗା କ୍ୟାମ୍ପେନ୍ ବାଲିମେଳାର ୮୮ବିଏନ୍ ବିଏସ୍ଏଫ୍ ର ଯବାନ ମାନେ ଅମିତ ଶର୍ମାଙ୍କ ତତ୍ୟବଧାନରେ ସଂଗଠିତ ହୋଇ ତ୍ରିରଙ୍ଗା ରାଲି କରିଥିଲେ । ବାଲିମେଲା ଏନଏସି ଅଞ୍ଚଳରେ ଏବଂ ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାଳୟରେ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ପାଳନ ଅବସରରେ ତିରଙ୍ଗା ଅଭିଯାନ କରିଥିଲେ। ଆହୁରି ମଧ୍ୟ ସରସ୍ୱତୀ ଶିଶୁ ମନ୍ଦିର ବିଦ୍ୟାଳୟରେ ବିଏସ୍ଏଫ୍ ଯବାନ ମାନଙ୍କ ଦ୍ୱାରା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରା ଯାଇଥିଲା ।


