ହର ଘର ତ୍ରିରଙ୍ଗା ଯାତ୍ରା ଉଦଯାପିତ

ନିମାପଡ଼ା, (ସନ୍ତୋଷ ଦାଶ):ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଅଗଷ୍ଟ କ୍ରାନ୍ତୀ ଦିବସ ଠାରୁ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ମହାତ୍ମାଗାନ୍ଧୀ ଙ୍କ ସ୍ମୃତିପୀଠ ଡେଲାଙ୍ଗ ବେରବୋଇ ଠାରୁ ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଯାତ୍ରା ଆଜି ଅସ୍ତରଙ୍ଗ ର ଲବଣ ସତ୍ୟାଗ୍ରହ ସ୍ମୃତି ପୀଠ କୁହୁଡି ଠାରେ ଉଦଯାପିତ ହୋଇଛି । ଏହି ଯାତ୍ରା ଡେଲାଙ୍ଗ ,ନିମାପଡା,କାକଟପୁର ଅତିକ୍ରମ କରିବା ପରେ ଆଜି ବିଜେପି ରାଜ୍ୟ ସଭାପତି ସାମୀର ମହାନ୍ତି , ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟନାୟକ, ମହିଳା ନେତ୍ରୀ ପ୍ରଭାତୀ ପରିଡ଼ା ଙ୍କ ନେତୃତ୍ଵ ରେ ଦଳୀୟ କର୍ମକର୍ତ୍ତା ମାନେ କାକଟପୁର ରେ ପହଞ୍ଚି ମା ମଙ୍ଗଳାଙ୍କ ଦର୍ଶନ କରିବା ପରେ ପଦଯାତ୍ରାରେ ଅସ୍ତରଙ୍ଗ ର କୁହୁଡି ଠାରେ ପହଂଚିଥିଲେ। କୁହୁଡି ସ୍ଥିତ ସ୍ବାଧୀନତା ସଂଗ୍ରାମୀ ସ୍ମୃତି ପୀଠ ରେ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପିନ୍ଧାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ସେଠାରେ ଆୟୋଜିତ ଉତ୍ସବ ରେ ରାଜ୍ଯ ବିଜେପି ସଭାପତି ସମୀର ମହାନ୍ତି,ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ଯ ଉପ ସଭାପତି ପ୍ରଭାତୀ ପରିଡ଼ା, ସୁରଥ ବିଶ୍ବାଳ, ବାଇଧର ମଲ୍ଲିକ ପ୍ରମୁଖ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରିଥିଲେ । ପଦଯାତ୍ରୀ ମାନଙ୍କୁ ଅସ୍ତରଙ୍ଗ ର ଉକୁଳେଇ ଛକ ଠାରେ ବିଜେପି କର୍ମୀ ରାକେଶ ବିଶ୍ୱାଳ, ପ୍ରସନ୍ନ ବେହେରା, ଇଶ୍ଵର ବେହେରା ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ବାଜା ବଜାଇ ସ୍ବାଗତ ଜଣାଇ କୁହୁଡ଼ି କୁ ପାଛୋଟି ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ