ହର ପାର୍ବତୀଙ୍କ ୫୦ତମ ବାର୍ଷିକ ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦା ଠାରେ ପ୍ରସିଦ୍ଧ ହର ପାର୍ବତୀଙ୍କ ୫୦ତମ ବାର୍ଷିକ ଉତ୍ସବ ଆଡମ୍ବରପୂର୍ଣ ଭାବେ ଆରମ୍ଭ ହୋଇଛି। ମନ୍ଦିର ମୁଖ୍ୟ ପୂଜକ ସୁଦାମ ଚରଣ ଦାସ ଓ ସାଥି ମାନେ ବୈଦିକ ମନ୍ତ୍ରରେ ହର ପାର୍ବତୀଙ୍କୁ ଆବାହନ କରିବା ସହ ପୂଜା କାର୍ଯ୍ୟକୁ ଆଗେଇ ନେଇଛନ୍ତି। ପ୍ରଥମ ଦିବସରେ ଅଙ୍କୁରାପଣ ଓ ଘଟ ପୂଜା ସହିତ ସ୍ଥାନୀୟ ବୈତରଣୀ ଆନିକଟ ଠାରୁ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂକଳ୍ପ କର୍ତ୍ତା ଭାବେ ବରିଷ୍ଠ ନାଗରିକ ଶରତ ଚନ୍ଦ୍ର ଜେନା ଓ ତାଙ୍କ ଧର୍ମପତ୍ନୀ ସଂକୁନ୍ତଳା ଜେନା ଦାୟିତ୍ୱ ନିର୍ବାହ କରିଛନ୍ତି। ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ହର ପାର୍ବତୀଙ୍କ ଦର୍ଶନାର୍ଥେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଥିବା ଦେଖିବାକୁ ମିଳୁଛି। ଏହାଛଡା ପାଞ୍ଚ ଦିନ ବ୍ୟାପୀ ଭଜନ ସନ୍ଧ୍ୟା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହେଉଥିବା କମିଟି ପକ୍ଷରୁ ଜଣାଯାଇଛି। ବାର୍ଷିକ ଉତ୍ସବକୁ ପୂଜା କମିଟିର ବସନ୍ତ କୁମାର ବେହେରା, ସୌମ୍ୟରଂଜନ ଜେନା, ସୁବ୍ରତ ବେହେରା, ସୁମନ କୁମାର ସାହୁ, ରମେଶ ଚନ୍ଦ୍ର ଦାସ, ଚନ୍ଦ୍ରକାନ୍ତ ଜେନା, ପ୍ରଦୀପ କୁମାର ଘଡେଇ, ରତିରଞ୍ଜନ ବେହେରା, ଅମିତ କୁମାର ଜେନା, ଆଲୋକ କୁମାର ଜେନା, ଜିତେନ ପରିଡା ପ୍ରମୁଖ ପରିଚାଳନା କରୁଛନ୍ତି ।