ହଲିଉଡ୍ ଅଭିନେତା ଆଣ୍ଡ୍ର୍ୟୁ ଡନଭରଙ୍କ ପରଲୋକ
ହଲିଉଡ୍ ହିଟ୍ ସିରିଜ୍ ‘ଗେମ୍ ଅଫ୍ ଥ୍ରୋନ୍ସ’ରେ ଆଲ୍ଫିଏ ଏଲନଙ୍କ ଦ୍ବାରା ଅଭିନୟ କରାଯାଇଥିବା ଚରିତ୍ର ଥିଓନ ଗ୍ରେଜୟଙ୍କ ପାଇଁ ବଡି ଡବଲ କରି ଲୋକପ୍ରିୟ ହୋଇଥିବା ଆଣ୍ଡ୍ର୍ୟୁ ଡନଭରଙ୍କ ପରଲୋକ ହୋଇଯାଇଛି। ବେଲଫାଷ୍ଟସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା। ଡନଭର ଆହୁରି ଅନେକ ହିଟ୍ ପ୍ରୋଜେକ୍ଟରେ ମଧ୍ୟ କାମ କରି ସାରିଛନ୍ତି। ସେଥିମଧ୍ୟରୁ ‘ଲାଇନ୍ ଅଫ୍ ଡ୍ୟୁଟି’ ଅନ୍ୟତମ। ଏହାବ୍ୟତୀତ ସେ ଜଣେ ଡିଜେ ଭାବେ ମଧ୍ୟ କାମ କରି ସାରିଛନ୍ତି।


