ହଲିଉଡ୍‌ ଅଭିନେତ୍ରୀ ଲୌରା ବେଲ୍‌ କୋରୋନା ଆକ୍ରାନ୍ତ

ହଲିଉଡ୍‌ ଅଭିନେତ୍ରୀ ଲୌରା ବେଲ୍‌ ବଣ୍ଡି କୋରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି। ୩୮ ବର୍ଷୀୟା ଏହି ଅଭିନେତ୍ରୀ ଜଣକ ସୋସାଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବୁଧବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିବା ସହ କୋଭିଡ-୧୯ ପଜିଟିଭ ଥିବା କହିଛନ୍ତି। ସେ ତାଙ୍କ ଭିଡ଼ିଓରେ ପ୍ରଶଂସକଙ୍କୁ କହିଛନ୍ତି, ମୁଁ କୋରୋନାରେ ପୀଡ଼ିତ। ହେଲେ ଏହାକୁ ନେଇ କେହି ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ ମୋର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ସେ ତାଙ୍କ ଡାକ୍ତରଙ୍କ ପରାମର୍ଶ କ୍ରମରେ ଉଚିତ୍‌ ଖାଦ୍ୟ ଖାଇବା ସହ କିଛି କିଛି ପ୍ରାକୃତିକ ଚିକିତ୍ସା ମଧ୍ୟ କରୁଛନ୍ତି ବୋଲି ଲୌରା କହିଛନ୍ତି। ସୂଚନାଯୋଗ୍ୟ, ଆମେରିକାରେ କୋରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏହା ଆଗକୁ ଭୟଙ୍କର ସ୍ଥିତି ଉପୁଜାଇବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଗୁରୁବାର ସୁଦ୍ଧା ଆମେରିକାରେ କୋରୋନା ଭୂତାଣୁ ସଂକ୍ରମଣ ୧୦୩୨ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ହଜାର ୪୮୯ରେ ପହଞ୍ଚିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ