ହଲିଉଡ୍ ଇଣ୍ଡଷ୍ଟ୍ରିରେ ନୂଆ ରେକର୍ଡ ସୃଷ୍ଟି କଲା ‘ଆଭେଞ୍ଜରସ୍ଏଣ୍ଡଗେମ୍’

(ଯୁଗାବ୍ଦ ନ୍ୟୁଜ) ୨୦୦୯ରେ ଆସିଥିବା ‘ଅବତାର’ ଫିଲ୍ମ ଆନ୍ତର୍ଜାତୀୟ ମାକେର୍ଟରେ ସବୁଠୁ ଅଧିକା ରୋଜଗାର କରିଥିଲା। ଆଜି ପର୍ଯ୍ୟନ୍ତ ଏହି ଫିଲ୍ମର ରେକର୍ଡକୁ କେହି ଭାଙ୍ଗି ପାରି ନଥିଲେ। ଏବେ ‘ଆଭେଞ୍ଜରସ୍ ଏଣ୍ଡ୍ଗେମ୍’ ଏହି ଫିଲ୍ମର ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛି। ଏବେ ‘ଆଭେଞ୍ଜରସ୍ଏଣ୍ଡଗେମ୍’ ଏହି ଫିଲ୍ମର ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛି। ମାର୍ବଲ୍ ଷ୍ଟୁଡିଓର ପ୍ରେସିଡେଣ୍ଟ କେଭିନ୍ ଫେଇଜି ଏହି ସୂଚନା ଦେଇଛନ୍ତି। ସେ ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ‘ଆଭେଞ୍ଜରସ୍ଏଣ୍ଡଗେମ୍’ ବୋଲି କହିଛନ୍ତି। ଏହି ଫିଲ୍ମ ସବୁ ଫିଲ୍ମକୁ ପଛରେ ପକାଇ ଥିବାରୁ ୱାଲ୍ଟ ଡିସ୍ନି ଷ୍ଟୁଡିଓ ମଧ୍ୟ ‘ଆଭେଞ୍ଜରସ୍ଏଣ୍ଡଗେମ୍’ର ପୁରା ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଏପିଲ୍ ୨୬ ତାରିଖରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସ୍ରେ ଲଗାତାର ଗୋଟେ ପରେ ଗୋଟେ ରେକର୍ଡ ସୃଷ୍ଟି କରି ଚାଲିଥିଲା।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ