ହଳଦିଆପଦର ରାଳବ ରୋଡ଼ରେ ୩ ଦିନରେ ନୂତନ ବିଦ୍ୟୁତ ସବଷ୍ଟେସନ ସ୍ଥାପନ

ବୁଗୁଡା (ଅନିଲ ମହାରଣା): ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶର ତିନି ଦିନ ମଧ୍ୟରେ ହଳଦିଆ ପଦର ରାଳବ ରୋଡ଼ରେ ୧୦୦ କେଭି ବିଦ୍ୟୁତ ସବଷ୍ଟେସନ ନୂତନ ଭାବେ ନିର୍ମାଣ ହୋଇଥିବା ପ୍ରକାଶ କରିଛନ୍ତି ଦକ୍ଷିଣ ଓଡିଶା ଟାଟା ଶକ୍ତି ବିତରଣ ସଂସ୍ଥା (ଟି.ପି.ଏସ.ଓ.ଡ଼ି.ଏଲ.)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ସିଂ। ରାଳବ ରୋଡ଼ ଅଞ୍ଚଳର ଜନସାଧାରଣ ଲୋ ଭୋଲ୍ଟେଜ ସମସ୍ୟାର ସମ୍ମୁଖୀନ ହେଉଥିବା ଦର୍ଶାଇ ଆଦର୍ଶ ଶାନ୍ତି କମିଟି ପକ୍ଷରୁ ଶକ୍ତି ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଶକ୍ତି ମନ୍ତ୍ରୀଙ୍କ ଅଫିସ ଏପ୍ରିଲ ୭ ତାରିଖ ଦିନ ସିଇଓଙ୍କ ଅଫିସକୁ ଅବଗତ କରାଇଥିଲେ। ସିଇଓ ଶ୍ରୀ ସିଂ ଏକ ଟିମ୍ କୁ ପଠାଇ ଅନୁସନ୍ଧାନ କରିଥିଲେ। ସଠିକ ରିପୋର୍ଟ ଆସିବା ପରେ ସିଇଓ ଅରବିନ୍ଦ ସିଂ ସଙ୍ଗେ ସଙ୍ଗେ ପଦକ୍ଷେପ ଗ୍ରହଣ କରି ଯୁଦ୍ଧ କାଳୀନ ଭିତ୍ତିରେ ଏପ୍ରିଲ ୧୦ ତାରିଖ ଦିନ ନୂତନ ୧୦୦ କେଭି ସବଷ୍ଟେସନ ସ୍ଥାପନ କରିଥିଲେ। ଯାହା ଫଳରେ ପୂର୍ବରୁ ସେଠାକାର ବିଦ୍ୟୁତ ଉପଭୋକ୍ତା ମାନେ ୧୬୮ ଭୋଲ୍ଟେଜ ରୁ ୨୨୭ ଭୋଲ୍ଟେଜ ବିଦ୍ୟୁତ ଶକ୍ତି ପାଇ ପାରିଲେ। ବର୍ତ୍ତମାନ ଅଞ୍ଚଳର ଉପଭୋକ୍ତା ବୃନ୍ଦ ଖୁସି ପ୍ରକଟ କରିବା ସହ ଶକ୍ତି ମନ୍ତ୍ରୀ ଓ ସିଇଓ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ