ହଳଦୀପଦା ପଞ୍ଚାୟତ ଅଫିସ ସମ୍ମୁଖରେ ସଦର ବିଜେପିର ଗଣଆନ୍ଦୋଳନ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ବାଲେଶ୍ୱର ସଦର ବିଜେପି ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ହଳଦୀପଦା ପଞ୍ଚାୟତ ଅଫିସ ସମ୍ମୁଖରେ ସଦର ବିଜେପି ଗଣଆନ୍ଦୋଳନ କରିଛି । ଶ୍ରୀ ଦତ୍ତଙ୍କ ଆହ୍ୱାନକ୍ରମେ ଦଳୀୟ ନେତା ଓ କର୍ମୀ ମାନେ ଏକ ଶୋଭାଯାତ୍ରାରେ ବାହାରି ପଞ୍ଚାୟତ ଅଫିସ ସମ୍ମୁଖରେ ପହଞ୍ଚିଥିଲେ । ପରେ ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା । ଉପସ୍ଥିତ ନେତୃବୃନ୍ଦ ନିଜ ବକ୍ତବ୍ୟରେ ରାଜ୍ୟ ସରକାରକୁ କଡା ସମାଲୋଚନା କରିଥିଲେ । ଗତ ୨୩ ବର୍ଷ ଧରି ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର, ଅସାମ୍ବିଧାନିକ ସରକାର ଚାଲିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବିକାଶ ପାଇଁ ଗତ ୯ ବର୍ଷରେ ପର୍ଯ୍ୟାପ୍ତ ପରିମାଣରେ ଆର୍ôଥକ ଅନୁଦାନ ସମେତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଅନେକ ଜନ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରିଛନ୍ତି । ମାତ୍ର ଓଡିଶା ବିକାଶରେ ବାଧକ ସାଜିଥିବା ବିଜେଡି ସରକାର ପାଇଁ କେନ୍ଦ୍ର ସରକାରଙ୍କ ମହତ୍ତ୍ୱକାଂକ୍ଷୀ ଯୋଜନା ଓଡିଶାର ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ । ହଳଦୀପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ପିସି କାରବାର, ରାସନ କାର୍ଡ ବଣ୍ଟନ, ଭତ୍ତା ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି । ଲୋକଙ୍କ ଟଙ୍କାକୁ ହରିଲୁଟ୍ କରିବାର ଶେଷ ସୀମାକୁ ପହଂଚି ଯାଇଛନ୍ତି ରାଜ୍ୟ ସରକାର । ତେଣୁ ରାଜ୍ୟରେ ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ମୁକ୍ତ ଓ ବିଜେଡି ମୁକ୍ତ ଶାସନର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦତ୍ତ ଆହ୍ୱାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ବରିଷ୍ଠ ନେତା ଗୌରାଙ୍ଗ ଦାସ, ରାଜେନ୍ଦ୍ର ଚାଟାର୍ଜୀ, ପଞ୍ଚାୟତ ସଭାପତି ବିଜୟ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ କାର୍ତ୍ତିିକ ପ୍ରଧାନ ଓ ଅନ୍ତର୍ଯ୍ୟାମୀ ବେହେରା, ଦୁଃଖିଶ୍ୟାମ ଜେନା, ଲକ୍ଷ୍ମୀଧର ଜେନା, ହରେକୃଷ୍ଣ ଜେନା, କିଶୋର ସାହୁ, ଯୋଗେଶ୍ୱର ଦାସ, ସୁମିତ ପ୍ରଧାନ, ପ୍ରଫୁଲ୍ଲ ଦଳେଇ, ଗୋପାଳଚନ୍ଦ୍ର କର, ନୃସିଂହ ବେହେରା, ରେବତୀ ମୁଣ୍ଢା, ସୁଶାନ୍ତ ବେହେରା, ସଞ୍ଜୟ ସାହୁ, ସ୍ମରଣିକା ଜେନା, ଗଣେଶ ଚନ୍ଦ୍ର ସେଠୀ, ଜୟନ୍ତ ଜେନା, ଶ୍ରୀକୃଷ୍ଣ ସେଠୀ, ଚକ୍ରଧର ଦାସ, ଟୁଟୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ