ହଷ୍ଟେଲରୁ ନିଖୋଜ ୨ ଶିଶୁଙ୍କୁ ଗ୍ରାମବସୀ ଉଦ୍ଧାର କରି ପୋଲିସରେ ଜିମା ଦେଲେ

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଲୁଡୁରୁ ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟର ୨ଜଣ ପ୍ରଥମ ଶ୍ରେଣୀ ନିଖୋଜ ଛାତ୍ରଙ୍କୁ ହିକିରିକୁପା ଗ୍ରାମବାସୀ ଉଦ୍ଧାର କରି ପୋଲିସରେ ଜିମା ଦେଇଛନ୍ତି । ଦୁଇ ନିଖୋଜ ନାବାଳକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର । ଜଣେ ତିନିଘରିଆ ଗାଁର ସମ୍ବିତ ମଲ୍ଲିକ ଓ ଅନ୍ୟ ଜଣେ ଆଶ୍ରୟପୁର ଗାଁର ପବିତ୍ର ଶବର । ଭୋର ସକାଳୁ୪ଟାରୁ ଦୁଇ ଜଣ ଛାତ୍ର ହଷ୍ଟେଲ ଛାଡି ଚାଲିଯାଇଥିଲେ । ରାସ୍ତା ଚାଲି ନିଜ ଗାଁକୁ ଯାଉଥିବା ବେଳ ହିକିରିକୁପା ଗ୍ରାମବାସୀ ଅଟକ ରଖି ପଚାର ଉଚରା କରିବା ସହ ଦୁଇ ଶିଶୁ ଙ୍କୁ ଗାଧୁଆ ପାଧୁଆ କରି ଖାଇବାକୁ ଦେଇ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଏସ ଆଇ ଯୋଛନା ରଏ ପହଂଚି ଦୁଇ ଜଣଙ୍କୁ ଉଦ୍ଧାର କରି ତଦନ୍ତ କରିଛନ୍ତି । ଘଟଣା ସ୍ଥଳରେ ବ୍ଲକ ମଙ୍ଗଳ ଅଧିକାରୀ ରଞ୍ଜନ ଜେନା ପହଂଚି କାହିଁକି ହଷ୍ଟେଲ ଛାଡି ଦୁଇ ଛାତ୍ର ଲୁଚି ପଳାଉ ଥିଲେ ପଚରାଉଚରା କରୁଛନ୍ତି । ଅନ୍ୟ ପଟେ ପିଲାଙ୍କୁ ଶିକ୍ଷକ ମାଡ଼ ମାରୁଥିବାରୁ ଛାତ୍ର ଲୁଚି ବାହାରକୁ ପଳାଉ ଥିବା ଅଭିଯୋଗ କରିଥିବା ବେଳେ ଶିକ୍ଷକ ଏହାକୁ ଅସ୍ବୀକାର କରିଛନ୍ତି । ଅନ୍ୟପଟେ ହିକିରିକୁପା ଗ୍ରାମ ବାସୀ କହିଛନ୍ତି ଲୁଡରୁ ହଷ୍ଟେଲ ରୁ ଆଗରୁ ମଧ୍ଯ ଦୁଇ ଦୁଇ ଥର ପିଲା ପଳାଇଛନ୍ତି ହିକିରିକୁପା ଗ୍ରାମ ବାସୀ ଉଦ୍ଧାର କରି ହଷ୍ଟେଲ ରେ ଛାଡିଛନ୍ତି ତେବେ ହଷ୍ଟେଲ ପରିଚାଳନା ରେ ତ୍ରୁଟି ରହୁଚିକି ଯାହା ଦ୍ୱାରା ପ୍ରଶାସନ ର ଦୃଷ୍ଟି ଆକର୍ଷଣ ରୁ ଦୂର ରେ ରହିଛି କୁ ହଷ୍ଟେଲ ଭୋର୍ ସକାଳ ୪ଟାରୁ କିପରି ପିଲା ଛାଡ଼ିଲେ ହଷ୍ଟେଲ ତାଲା କିଏ ଖୋଲିଲା ନା ହଷ୍ଟେଲ ରେ ତାଲା ପଡୁନି ପିଲା ଙ୍କ ଶହ ପିଅନ ଓ ଶିକ୍ଷକ ରହୁଛନ୍ତି ମିଶିକି କିପରି ପିଲା ଗଲେ ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି ଅଞ୍ଚଳରେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ