ହଷ୍ଟେଲରେ ଛାତ୍ରୀଙ୍କୁ ନିର୍ଯ୍ୟାତନା , ଆତ୍ମହତ୍ୟା ଉଦ୍ୟମ
ଦିଗପହଣ୍ଡି , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ପଦ୍ମନାଭପୁର ଶ୍ରୀଧାମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଜଣେ ଛାତ୍ରୀ ଛାତ ଉପରୁ ଡେଇଁ ପଡ଼ି ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ , ଶୁକ୍ରବାର ରାତି ପ୍ରାୟ ୨ଘଣ୍ଟା ସମୟରେ ପଦ୍ମନାଭପୁର ସରସ୍ୱତୀ ଶିଶୁ ମନ୍ଦିର ଶ୍ରୀଧାମ ଆବାସିକାରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ଛାତ ଉପରୁ ଡେଇଁ ଘୁଷୁଡ଼ି ଘୁଷୁଡ଼ି ଆସି କାନ୍ଦି ବୋବାଇ ସାଇ ମନ୍ଦିର ବାସିନ୍ଦାଙ୍କୁ ଭୀମ ସେଠି, ଦିଲ୍ଲୀ ସେଠି, ମକରା ବେହେରାଙ୍କୁ ଶିଶୁ ମନ୍ଦିର ଭିତରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଛି ଏବଂ ମାଙ୍କୁ ଦେଖାକରିବାକୁ କିମ୍ବା ଘରକୁ ଯିବାକୁ ଦିଆଯାଉନାହିଁ ବୋଲି କହିଥିଲେ । ଏହା କହିବା ପରେ ସେ ଛାତ୍ରୀଙ୍କୁ ପୋଲିସର ବିନା ଅନୁମତିରେ ସାହି ବାସିନ୍ଦାଙ୍କ ଠାରୁ ଜୋର ଜବର ଦସ୍ତ ଶିବାନନ୍ଦ ଦାସ ଛଡାଇ ମୋଟର ସାଇକେଲରେ ନେଇଯାଇଛନ୍ତି ବୋଲି ଗ୍ରାମବାସୀ ଜଣାଇଛନ୍ତି । ଏହାସହ ସେହି ଛାତ୍ରୀର ଗୋଡ଼ ଭାଙ୍ଗି ଯାଇଛି ତଥାପି ଅମାନସିକ ଭାବେ ଉଠାଇ ନେଇଯାଇଛନ୍ତି । ତେଣୁ ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉଚିତ ପଦକ୍ଷେପ ନିଆଯାଉ । ଏହି ଭଳି ଘଟଣା ବହୁ ବାର ବିଭିନ୍ନ ସ୍ଥାନରେ ଘଟିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ଏହାସହ ଏହି ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାହି ବାସିନ୍ଦା ଦାବୀ କରି ରାସ୍ତା ରୋକ କରିଛନ୍ତି । ପରେ ସ୍ଥାନୀୟ ତହସିଲଦାର ଓ ଦିଗପହଣ୍ଡି ଥାନା ପୋଲିସ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ହେଲେ ଗ୍ରାମରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣାକୁ ପୋଲିସ ପ୍ରଶାସନ ଚପାଇଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।