ହଷ୍ଟେଲ ଫି ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଏଓବିଏସଓ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌) ବୈଷୟିକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କର ହଷ୍ଟେଲ୍ ଫିସ୍ ଛାଡ଼କୁ ସ୍ୱାଗତ କରି ଅଲ୍ ଓଡିଶା ବିପିୟୁଟି ଷ୍ଟୁଡେଂଟ ଅର୍ଗାନାଇଜେସନ(ଏଓବିଏସ୍‌ଓ) ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ।ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁ ଏପ୍ରିଲ୍ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଛାତ୍ରଛାତ୍ରୀମାନେ ହଷ୍ଟେଲର ସୁବିଧା ଉପଯୋଗ କରିନଥିଲେ । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ଅଧୟନରତ ୧୭୦୧୨ ଛାତ୍ରଛାତ୍ରୀମାନଙ୍କର ହଷ୍ଟେଲ୍ ଫିସ୍ ଆନୁମାନିକ ୫କୋଟି ୧୦ଲକ୍ଷ ଟଙ୍କା ଛାଡ କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କର ଏହି ସ୍ୱାଗତଯୋଗ୍ୟ ପଦକ୍ଷପ ପାଇଁ ଅଲ୍ ଓଡିଶା ବିପିୟୁଟି ଷ୍ଟୁଡେଂଟ ଅର୍ଗାନାଇଜେସନ(ଏଓବିଏସ୍‌ଓ) ତରଫରୁ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଠାରେ ସଂଘର ଶତାଧିକ କର୍ମକର୍ତା ଦେଖାକରି ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତିକୁ ସ୍ୱାଗତ ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି ।
ଏଓଡିଏସ୍‌ଓର ମୁଖ୍ୟ ସଂଗଠକ ଅନନ୍ତ ନାରାୟଣ ଜେନା ଓ ଏଓବିଏସଓର ମୁଖ୍ୟ ସଂଗଠକ ପବନ ସ୍ୱାଇଁଙ୍କ ନେତୃତ୍ୱରେ ସ୍ମୁତିରାଜ୍ ମହାନ୍ତି, ଶୁଭମ୍ ସ୍ୱାଇଁ, ନିତିଶ୍‌, ଅର୍‌ବିନ୍ଦ, ହିରକଜ୍ୟୋତି, ସୌମ୍ୟ, ରାମ, ଜ୍ଞାନ, ଅଭିସେକ୍‌, ଶୁଭ୍ରାଂଶୁ, ରୋମିଓ, ଶିବ, ସବ୍ୟଜ୍ୟୋତି ଆଦି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ