ହସ୍ତକଳା ଓ ହସ୍ତତନ୍ତ ରପ୍ତାନୀ ନିଗମ ଲିମିଟେଡକୁ ବନ୍ଦ୍‍ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ, , (ଓ୍ବାଇଏନ୍ଏସ୍) : ଭାରତୀୟ ହସ୍ତକଳା ଓ ହସ୍ତତନ୍ତ ରପ୍ତାନୀ ନିଗମ ଲିମିଟେଡ (ଏଚଏଚଇଏସ୍‍) କୁ ବନ୍ଦ୍‍ କରିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି ।ଏହି ନିଗମରେ ମୋଟ ୫୯ ଜଣ ସ୍ଥାୟୀ କର୍ମଚାରୀ ଏବଂ ୬ ଜଣ ପରିଚାଳନା ପ୍ରଶିକ୍ଷୁଅଛନ୍ତି । ସମସ୍ତ ସ୍ଥାୟୀ କର୍ମଚାରୀ ଏବଂ ମ୍ୟାନେଜମେଣ୍ଟ୍‍ ପ୍ରଶିକ୍ଷୁଙ୍କୁ ଅନ୍ୟାନ୍ୟ ସରକାରୀ ଉଦ୍ଦ୍ୟୋଗ ବିଭାଗ ଦ୍ୱାରା ନିର୍ଦ୍ଧାରିତ ବିଧି ବିଧାନ ଅନୁସାରେ ସ୍ୱୈଚ୍ଛିକ ଅବକାଶ ପ୍ରାପ୍ତି ଯୋଜନା (ଭିଆରଏସ)ର ଫାଇଦା ଉଠାଇବା ନିମନ୍ତେ ଅବସର ପ୍ରଦାନ କରାଯିବ । ଏହି ମଞ୍ଜୁରୀଦ୍ୱାରା ଅଚଳ ଏବଂ ଉପାର୍ଜନ କରୁନଥିବା କେନ୍ଦ୍ରୀୟ ସରକାରୀ କ୍ଷେତ୍ରରେ ଋଗ୍ଣନ ଉଦ୍ଦ୍ୟୋଗର ବେତନ ବୃଦ୍ଧିଜନିତ ଖର୍ଚ୍ଚ କାଟ କରିବା ଫଳରେ ସରକାରୀ ତହବିଲକୁ ଲାଭ ପହଞ୍ଚିବ। ଆର୍ଥିକ ବର୍ଷ ୨୦୧୫-୧୬ ଠାରୁ ନିୟମିତ ଭାବେ ଏହିସବୁ ନିଗମ କ୍ଷତିରେ ଚାଲି ଆସୁଥିଲା ଏବଂ ନିଜର ସଞ୍ଚାଳନ ବ୍ୟୟ ବହନ କରିବା ନିମନ୍ତେ ସୁଦ୍ଧା ଏଥିରୁ ପର‌୍ୟ୍ୟାପ୍ତ ଆୟ ଅର୍ଜନ ହୋଇପାରୁନଥିଲା । ଏହାକୁ ପୁନର୍ଜୀମିତ କରିବାର ସମ୍ଭାବନ ଖୁବ୍‍ କ୍ଷୀଣ, ତେଣୁ ଏହି ସଂସ୍ଥାକୁ ବନ୍ଦ୍‍ କରାଯିବା ଆବଶ୍ୟକ ହୋଇପଡ଼ିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ