ହସ୍ତତନ୍ତ ଶିଳ୍ପର ବିକାଶ ନିମନ୍ତେ ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଗଞ୍ଜାମ ଜିଲ୍ଲାର କୁଟୀର ଶିଳ୍ପ ହସ୍ତତନ୍ତ ବହୁଳ କର୍ମ ନିଯୁକ୍ତିର ସମ୍ଭାବନା ରହିଛି  । ବ୍ରହ୍ମପୁର ପାଟର ବୁଣା ପଦ୍ଧତି ଓ କାରୁକାର୍ଯ୍ୟ ଯୋଗୁଁ ବ୍ରହ୍ମପୁର ସହର ରେଶମ ସହର ଭାବେ ଜଣାଶୁଣା  । ବ୍ରବ୍ମପୁର ପାଟର କାରୁକାର୍ଯ୍ୟ ଓ ଉତ୍ତମ ଗୁଣବତ୍ତା ଯୋଗୁଁ ଏହାର ଚାହିଦା ଓଡିଶା ବାହାରେ ରହିଛି  । ବୁଣାକାର ମାନଙ୍କର ଆବଶ୍ୟକତା ଏବଂ ଭିତ୍ତିଭୂମିର ବିକାଶ କରାଗଲେ ଗଞ୍ଜାମ ଜିଲ୍ଲାର ବସ୍ତ୍ର କୁଟୀର ଶିଳ୍ପ ସର୍ବ ବିଦୀତ ହେବା ଏବଂ ବୁଣାକାର ଗଣ ଆତ୍ମନିର୍ଭରଶୀଳ ହୋଇ ପାରିବା ସହିତ ପରବର୍ତ୍ତୀ ପିଢୀଙ୍କ ସକାଶେ ଖୋରାକ ଯୋଗାଇବ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମତବ୍ୟକ୍ତ କରିଛନ୍ତି  । ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ବୁଧବାର ହସ୍ତତନ୍ତ ଶିଳ୍ପର ବିକାଶ ନିମନ୍ତେ ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହିତାଧିକାରୀ ମାନଙ୍କ ଆବେଦନ ଓ ଚୟନ ସମ୍ପର୍କିତ ସୁବିସ୍ତୃତ ଆଲୋଚନା ହୋଇଯାଇଛି  । ଟେକ୍ସଟାଇଲ୍ ନିର୍ଦ୍ଦେଶାଳୟ ଦ୍ବାରା ମଞ୍ଜୁର କରାଯାଇ ଥିବା ବସ୍ତ୍ର ତନ୍ତ ୟୁନିଟ୍ ସକାଶେ ଯଥେଷ୍ଟ ସଂଖ୍ୟକ ଆବେଦନ ପତ୍ର ମିଳି ନ ଥିବା ହେତୁ ସମସ୍ତ ଆବେଦନକୁ ମଞ୍ଜୁର କରିବା ସକାଶେ ବିଭାଗକୁ ପତ୍ରାଳାପ କରିବା ନିମିତ ଜିଲ୍ଲାପାଳ ଶ୍ରୀ ପରିଡା ସହକାରୀ ଟେକ୍ସଟାଇଲ୍ ନିର୍ଦ୍ଦେଶକ ତଥା ଭାରପ୍ରାପ୍ର ଉପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ଜିଲ୍ଲାରେ ରହିଥିବା ବୁଣାକାର ମାନଙ୍କ ତାଲିକା କରାଯାଇ ସେମାନଙ୍କ ଭିତ୍ତିଭୂମିକ ବିକାଶ ଓ ବଜାର ଚାହିଦା ଅନୁଯାୟୀ ବସ୍ତ୍ର ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଥିଲା  । ପାରମ୍ପରିକ କାରୁକାର୍ଯ୍ୟ ସହିତ ଅତ୍ୟାଧୁନିକ କାରୁକାର୍ଯ୍ୟରେ ବସ୍ତ୍ର ପ୍ରସ୍ତୁତ କରିବା ନିମନ୍ତେ ପରାମର୍ଶ ଦେବାକୁ କୁହାଯାଇଥିଲା  । ବିଗତ ବର୍ଷ ଆରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ ବୟନଜ୍ୟୋତି ଯୋଜନାରେ ବୟନ କାର୍ଯ୍ୟ ସମୟ ସୀମା  ବୃଦ୍ଧି, ରାତ୍ରୀ କାଳୀନ ଆଲୋକ ଉପକରଣ ନିମନ୍ତେ ଗୋଟିଏ ୟୁନିଟ୍ ପିଛା ସମୁଦାୟ ବୟନ ଜ୍ୟୋତି ୧୭,୫୦୦ ଟଙ୍କା ରାଜ୍ୟ ସକରାକରଙ୍କ ପାଣ୍ଠିରୁ ଶତ ପ୍ରତିଶତ ପ୍ରଦାନ କରାଯାଉଅଛି  । ଏଥି ସକାଶେ ସୁବିସ୍ତୃତ ଆଲୋଚନା ହୋଇଯାଇଛି  । ବୟନ ଶିଳ୍ପୀ ମାନଙ୍କୁ ବାହାର ରାଜ୍ୟକୁ ପ୍ରଦର୍ଶନ ଏବଂ ପ୍ରଶିକ୍ଷଣ ନିମନ୍ତେ ପରିଭ୍ରମଣ ବାବଦୀୟ ଆଲୋଚନା ହୋଇ ଯାଇଥିଲା  । ପିତଳର ବୟନଶିଳ୍ପ କାରିଗର ମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ସୂତା ଶାଢୀ ଦେଖି ଏହାର ମାନ ଓ ଗୁଣବତ୍ତାକୁ ଜିଲ୍ଲାପାଳ ଭୂୟସୀ ପ୍ରଶଂସା କରିଥିଲେ  ।   ବୈଠକରେ ସହକାରୀ ନିର୍ଦ୍ଦେଶକ ବୟନଶିଳ୍ପ ତଥା ଦକ୍ଷିଣାଞ୍ଚଳ ସ୍ତରୀୟ ଉପ ନିର୍ଦ୍ଦେଶକ ଗୋଲାପୀ ଗୋପାଳୁଣୀ ମୁର୍ମୁ, ବୟନ ଶିଳ୍ପ ପରିଚାଳକ ବିନାୟକ ପୃଷ୍ଟି. ବିଶ୍ବ ରୂପାଲୀ ରାଉତରାୟ, ନିରୀକ୍ଷକ ବସ୍ତ୍ର ଶିଳ୍ପ କୃଷ୍ଣଚନ୍ଦ୍ର ସାହୁ, ଧର୍ମା ରଞ୍ଜନ ମହାରଣା, ଆସ୍କା ବୟନଶିଳ୍ପ ସଂପାଦକ ରବୀନ୍ଦ୍ର ନାଥ ସାହୁ, ପିତଳ ବୟନ ଶିଳ୍ପ ସଂପାଦକ ସୂର୍ଯ୍ୟ ନାରାୟଣ ମହାରଣା, ପଦ୍ମନାଭପୁର ବୟନଶିଳ୍ପ ସଂପାଦକ ଏସ୍. ନୀଳକଣ୍ଠ କୁରୁଲା, ବୟନ ଶିଳ୍ପ ସଂପାଦକ ଓ୍ବା ବଳରାଜୁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ