ହସ୍ପିଟାଲ ପରିସରରୁ ବାଇକ୍ ଚୋରି

ଛତ୍ରପୁର,: ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଏକ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତ ହୁମର ଗ୍ରାମର ଟଙ୍କଧର ଛାଟେଇ ନାମକ ଜଣେ ବ୍ୟକ୍ତି ତାଙ୍କ ସଂପର୍କୀୟଙ୍କୁ ଚିକିତ୍ସା ନିମନ୍ତେ ଏପି୩୧ଏମ୍ବି-୪୭୧୨ ନମ୍ବର ଏକ ବାଇକ୍ରେ ଚିକିତ୍ସାଳୟକୁ ଆସିଥିଲେ । ବାଇକ୍ର ହେଣ୍ଡଲ ଲକ୍ ପକାଇ ଡାକ୍ତରଙ୍କ ଠାରେ ଚିକିତ୍ସା କରି ଫେରିବା ବେଳେ ତାଙ୍କରି ବାଇକ୍ ହସ୍ପିଟାଲ ପରିସରରେ ଆଉ ନାହିଁ । ଟଙ୍କଧର ତାଙ୍କରି ବାଇକ୍କୁ ବହୁ ଖୋଜାଖୋଜି କରିବା ପରେ ପୁଲିସ ଥାନାରେ ଏକ ଅଭିଯୋଗ ଦେବାକୁ ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ