ହସ ଗଣିତ

ବଂଶୀଧର ପଣ୍ଡା
ଗାଁ ଠାରୁ ସହର ଅନେକ ଦୂର । ସେ ଗାଁର ସାତ ଜଣ ପିଲା ସ୍ଥିର କଲେ ସହରକୁ ବୁଲିଯିବେ । ସହରରେ ତାଙ୍କ ଗାଁର ଶ୍ୟାମ ବୋଲି ଗୋଟେ ପିଲା ପାଠ ପଢୁଛି । ତାକୁ ଭେଟିବେ ଓ ବୁଲାବୁଲି କରିବେ । ଦିନ ସ୍ଥିର ହେଲା । ସମସ୍ତେ ବସ୍‌ରେ ଯାଇ ସହରରେ ପହଞ୍ଚିଲେ । ଶ୍ୟାମର ଠିକଣା ଦେବାରୁ ଅଟୋ ଠିକଣା ସ୍ଥାନରେ ପହଞ୍ଚାଇ ଦେଇ ୨୮ ଟଙ୍କା ମାଗିଲା । ସାତ ଜଣ ୨୮ ଟଙ୍କା । ତେବେ ଜଣକୁ କେତେ ଟଙ୍କା ଦେବାକୁ ପଡ଼ିବ ସ୍ଥିର କରି ନପାରି ହଡ଼ବଡ଼େଇ ଗଲେ । ଏ ସୁଯୋଗ ଖୋଜୁଥିଲା ସାତଜଣ ମଧ୍ୟରୁ ଟିକିଏ ଚତୁର ଥ‌ିବା ରାଧୁ । ସେ କହିଲା “ଏତେ କ’ଣ ହିସାବ କରୁଛ, ଜଣକ ପିଛା ୧୩ ଟଙ୍କା ।” ସାତ ଜଣ ୧୩ ଟଙ୍କା ଲେଖାଏ ବାହାର କରି ଅଟୋ ବାଲାକୁ ଦେଲେ, ଶ୍ୟାମକୁ ଭେଟି ସବୁକଥା କହିଲେ । ଶ୍ୟାମ ତ ପାଠ ପଢୁଛି । ବହେ ହସିଲା ଏବଂ ରାଧୁକୁ ପଚାରିଲା, କିପରି ହିସାବ କଲ ? ରାଧୁ ହିସାବ ବତାଇ ଦେଲା-ଯଦି ଆମେ ୨୮କୁ ସାତରେ ଭାଗ କରିବା ତେବେ ତେର ହେବ । ଶ୍ୟାମ କହିଲା କେମିତି ? ରାଧୁ ହିସାବ କଲା
୭ | ୨୮ |୧୩

—————–
୨୧
୨୧
—————
0
ଯଦି ଆମେ ୧୩ଟି ସାତକୁ ମିଶାଇବା ତେବେ ୨୮ ହେବ । ଦେଖ
୧୩ +୧୩ +୧୩ +୧୩ + ୧୩ +୧୩ + ୧୩=୨୮ (ପ୍ରଥମେ ଏକକ ଘରକୁ ମିଶାଇ ତା ପରେ ଦଶକ ଘରର ସାତଟି ଏକକୁ ମିଶାଇ ଦେଲା ।)
ଯଦି ଆମେ ୧୩କୁ ସାତରେ ଗୁଣିବା ତେବେ ୨୮ ହେବ । ଦେଖ- ୧୩×୭=୨୧+୭=୨୮ ରାଧୁର ଏ ପ୍ରକାର ଗଣିତ ଜ୍ଞାନ ଦେଖି ଶ୍ୟାମର ମୁଣ୍ଡ ଘୂରିଗଲା । ସେ ଅବାକ୍ ହୋଇ ଚାହିଁ ରହିଲା କେବଳ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ