ହାଇଓ୍ବା ଟ୍ରକ୍ ଧକ୍କାରେ ବୃଦ୍ଧା ଗୁରୁତର ; କଟିଗଲା ବାମ ଗୋଡ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ବ୍ଲକ ଫାସିଗୁଡା ଗ୍ରାମ ସାଗର ସାହିରେ ଏକ ହାଇଓ୍ବା ଟ୍ରକ ନଂ ( ଓଡି୦୫ ଏଲ୍ ୭୫୪୪) ଜଣେ ବୃଦ୍ଧା ଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଆହାତ ହୋଇଛନ୍ତି।ଆହାତ ବୃଦ୍ଧା ଜଣକ ହେଲେ ଲକ୍ଷ୍ମୀ ରାଉତ (୬୫)। ରବିବାର ସନ୍ଧ୍ୟାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହାଇୱା ଟ୍ରକ୍ ଟି ପିଚୁଢାଳି ଦୃତଗତି ରେ ଫେରୁଥିବା ବେଳେ ବୃଦ୍ଧା ଙ୍କୁ ଧକ୍କା ଦେଇଥିଲା। ସେ ରାସ୍ତା କଡକୁ ଛିଞ୍ଚାଡି ହୋଇ ପଡ଼ିଯାଇଥିଲେ। ତାଙ୍କର ବାମ ଗୋଡ ତି ରାସ୍ତା ଉପରେ ରହିଯାଇଥିଲା।ପରେ ଟ୍ରକ୍ ର ପଛ ଚକ ତାଙ୍କ ବାମ ଗୋଡ ଉପରେ ଚଢିଯାଇଥିଲା।ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ଵାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ।ଖବରପାଇ ଫାସିଗୁଡ଼ା ପଞ୍ଚାୟତ ସରପଞ୍ଚ ଦିଲ୍ଲୀପ ସେଠୀ ଓ କିଛି ଗ୍ରାମବାସୀ ଗୋଷ୍ଠୀ ସ୍ଵାସ୍ଥ୍ଯକେନ୍ଦ୍ରରେ ପହଞ୍ଚି ଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡ଼ାକ୍ତର ଙ୍କ ପରାମର୍ଶ କ୍ରମେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ