ହାଇକୋର୍ଟଙ୍କୁ ଅବମାନନା ସହ ନିମ୍ନ ମାନର ପାଚେରୀ ନିର୍ମାଣ ଠିକାଦାର ଓ ଅଫିସର ପ୍ରିୟାପ୍ରିତି

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଏନଏସି ପକ୍ଷରୁ ବସଷ୍ଟାଣ୍ଡ ନିକଟ ମାଉସୀମା ସାହି ନିକଟରେ ନୂତନ ଭାବେ ମାଛ ମାର୍କେଟ ନିର୍ମାଣ କରାଯାଉଛି। ଏନେଇ ଏନଏସି ପକ୍ଷରୁ ପୁର୍ବରୁ ଜାଗା ଚିହ୍ନଟ ସହ ଟେଣ୍ଡର ପ୍ରକ୍ରିୟା ସରି କାମ ଆରମ୍ଭ ହୋଇଛି। କିନ୍ତୁ ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ବେଆଇନ୍ ନଜରକୁ ଆସିଛି। ସବୁ ଜାଣି ଚୁପ ରହିଛି ସ୍ଥାନୀୟ ପ୍ରଶାସନ। ଏନେଇ ଓଡିଶା ବାୟୋ ଡ଼ାଇଭରସିଟି କଂଭର୍ଭେଶନ ଫାଉଣ୍ଡେସନ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜ୍ଜୁ ହୋଇଛି। ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ନିକଟ ଓ ଅଭୟାରଣ୍ୟ ନିକଟ ସେନ୍ସିଟିଭି ଜୋନ୍ ଦର୍ଶାଇ ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ହାଇକୋର୍ଟଙ୍କ ପକ୍ଷରୁ ୪୨୧୨୯/୨୦୨୩ ରେ ଏହି ମାମଲା ଅନୁଯାୟୀ ମୂଖ୍ୟ ବିଚାରପତି ଜଷ୍ଟିସ ବି ଆର ଷଡ଼ଙ୍ଗୀ ଓ ଜଷ୍ଟିସ ମୁରହରି ଶ୍ରୀ ରମଣ ପ୍ରତିପକ୍ଷଙ୍କ ଜବାବ ତଲବ ପାଇଁ ନିର୍ଦେଶ ଦେଇଛନ୍ତି। ଏନେଇ କୋଣାର୍କ ଏନଏସି ପ୍ରଶାସନ, ନିର୍ବାହୀ ଅଧିକାରୀ, ଗୋପ ତହସିଲଦାର, ଜିଲ୍ଲା ବନଖଣ୍ଡ ଅଧିକାରୀ, ପରିବେଶ ସଚିବ, ଜିଲ୍ଲାପାଳ ଆଦିଙ୍କୁ ପକ୍ଷଭୁକ୍ତ କରାଯାଇ ରିପୋର୍ଟ୍ ତଲବ ନିର୍ଦେଶ ଦିଆଯାଇଛି। କିନ୍ତୁ ଏହାକୁ ବେଖାତିର କରି ତଥା ହାଇକୋର୍ଟଙ୍କୁ ଅବମାନନା ସହ ପ୍ରସାସନ ପକ୍ଷରୁ କେତେକ ବ୍ୟକ୍ତିଙ୍କ ଗୃହ ଉଚ୍ଛେଦ କରି ପାଚେରୀ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥି ସହିତ ନିମ୍ନ ମାନର ପାଚେରୀ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି। ଅତ୍ୟନ୍ତ ନିମ୍ନମାନର ଅଯୋଗ୍ୟ ଇଟା ସହିତ ବେନାମୀ ଲୁହା ରଡ଼ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ତା ସହିତ ସିମେଣ୍ଟ ଓ ବାଲି ଭାଗ ମାପରେ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ନିର୍ମାଣ ହେଉଅଛି। କେତେକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଠିକାଦାର ମିଳିତ ହୋଇ କୋଣାର୍କ ଏନଏସି ପ୍ରାୟ ଟେଣ୍ଡର କୁ କୌଶଳକ୍ରମେ ହାତେଇ କାର୍ଯ୍ୟ କରୁଛନ୍ତି। ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହେଉଥିଲେ ମଧ୍ଯ ଘଟଣା ସ୍ଥଳରେ କନିଷ୍ଠ ଯନ୍ତ୍ରୀ ଓ ଅଧିକାରୀ ମାନେ ନଜର କରୁନାହାନ୍ତି। ଯାହା ଠିକାଦାର ଓ ଅଫିସର ପ୍ରିୟାପ୍ରିତିରେ କାର୍ଯ୍ଯ ହେଉଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ 5ଟି ନିର୍ଦ୍ଦେଶକ ଭିକେ ପଣ୍ଡିଆନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଭିଜିଲାନସ୍ ତଦନ୍ତ କରିବାକୁ ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ