ହାଇକୋର୍ଟଙ୍କ ନିର୍ଦେଶ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟ ମାନୁନଥିବା ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟ ମାନୁନଥିବା ନେଇ କେନ୍ଦ୍ରାପଡା ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟର ଜଣେ ବରିଷ୍ଠ ପରିଚାଳକ(ଇଂଟରନାଲ ଚେକିଂ) ରାଜଦୀପ ପଢିଆରୀଙ୍କୁ ସୋସାଇଟ ପକ୍ଷରୁ ନିଲମ୍ବିତ କରାଯାଇ ପାରାଦୀପସ୍ଥିତ ସୋସାଇଟର ଶାଖା କାର୍ଯ୍ୟାଳୟରେ ନିଲମ୍ବନ ସମୟର ହେଡକ୍ୱାଟର ଭାବେ ସ୍ଥିର କରାଯାଇଥିଲା । ଏହାବ୍ୟତିତ ତାଙ୍କୁ ନିଲମ୍ବନ ସମୟରେ ମିଳୁଥିବା ଆଲାଉନ୍ସକୁ ୨ମାସ ହେବ ବନ୍ଦ କରିଦିଆଯାଇଛି । ଏହା ବିରୋଧରେ ଶ୍ରୀ ପଢିଆରୀ ଓଡିଶା ଉଚ୍ଚ ନ୍ୟାୟାଳୟରେ ଡବ୍ଲୁପିସି ନମ୍ବର -୨୫୧୬୫/୨୦୨୧ରେ ଏକ ରିଟପିଟିସନ ଦାୟର କରିଥିଲେ । ସେହି ମାମଲାର ବିଚାର କରି ଓଡିଶା ଉଚ୍ଚ ନ୍ୟାୟାଳୟ ଗତ ସପ୍ଟେମ୍ବରମାସ ୬ତାରିଖରେ ଶ୍ରୀ ପଢିଆରୀଙ୍କ ହେଡକ୍ୱାଟର ପାରାଦୀପ ବଦଳରେ କେନ୍ଦ୍ରାପଡାରେ କରାଯିବା ସହ ତାଙ୍କ ବକେୟା ଆଲାଉନ୍ସ ହାଇକୋର୍ଟଙ୍କ ନିର୍ଦେଶ ଦିନ ଠାରୁ ୨ସପ୍ତାହ ମଧ୍ୟରେ ପ୍ରଦାନ କରାଯିବାକୁ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟକୁ ନିର୍ଦେଶ ଦେଇଥିଲେ । କିନ୍ତୁ ଏହା ମଧ୍ୟରେ ଏକମାସ ପୁରଣ ହୋଇଥିଲେ ମଧ୍ୟ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟ ହାଇକୋର୍ଟଙ୍କ ସେହି ନିର୍ଦେଶର ପାଳନ କରିନଥିବା ଶ୍ରୀ ପଢିଆରୀ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଶ୍ରୀ ପଢିଆରୀ ସମବାୟ ସମିତି ସମୁହର ନିବନ୍ଧକଙ୍କୁ ମଧ୍ୟ ଜଣାଇଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ