ହାଇକୋର୍ଟଙ୍କ ନିର୍ଦ୍ଦେଶ ଲିଜ ବାଲିଘାଟର ଚିହ୍ନଟ

ହାଟଡ଼ିହି : ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଆମ୍ବୋ କରଗୋଳା ବାଲିଘାଟର ପୁନର୍ବାର ମାପଚୁପ କରାଯାଇ ସୀମା ନିର୍ଦ୍ଧାରଣ କରାଯାଇଛି । ଏହି ବାଲିଘାଟକୁ ନେଇ ଲୀଜଧାରୀ ଓ କରଗୋଳା ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାପରେ ଗ୍ରାମବାସୀମାନେ ହାଇକୋର୍ଟରେ ଆଶ୍ରୟ ନେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶମତେ ଆଜି ଅତିରିକ୍ତ ଜିଲ୍ଲାପାଳ ଭକ୍ତ ଚରଣ ପ୍ରଧାନ, ବୈତରଣୀ ଜଳସେଚନ ବିଭାଗର ମୁଖ୍ୟ ନିର୍ମାଣଯନ୍ତ୍ରୀ ବିଜୟ କୁମାର ଦାସ, ତହସିଲଦାର ଗାୟତ୍ରୀ ସୋରେନ, ପଲ୍ୟୁସନ ଟେକନିକାଲ ଇଞ୍ଜିନିୟର, ତହସିଲ ସୁପରଭାଇଜର ପିତାମ୍ବର ଜେନା, ରାଜସ୍ୱ ନୀରୀକ୍ଷକ ପୁରୁଷୋତ୍ତମ କୁଅଁର, ମାଇନିଂ ଇନିସପେକ୍ଟର ଓ ସର୍ଭେୟର ପ୍ରମୁଖ ଉପସ୍ଥିତ ରହି ବାଲିଉତ୍ସର ସୀମା ନିର୍ଦ୍ଧାରଣ କରିଥିଲେ । ପରେ ଅଧିକାରୀ ମାନେ ଏନେଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି । ଏହି ଚିହ୍ନଟ ସମୟରେ ଆମ୍ବୋ, କରଗୋଳା ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ