ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଜିଲ୍ଲା ଓ ସେସନ ଜଜ୍ କୋର୍ଟର ନୂତନ କୋଠା ଉଦ୍‌ଘାଟିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ନିକଟରେ ଆଜି ଗଜପତି ଜିଲ୍ଲା ଏବଂ ସେସନ୍ ଜଜ୍ କୋର୍ଟର ନବନିର୍ମିତ କୋଠା ମାନ୍ୟବର ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକଙ୍କ ଦ୍ୱାରା ଭରଚୁଆଲ ମୋଡରେ ଭିଡିଓ କନଫରେନସିଂ ମାଧ୍ୟମରେ ରିମୋଟ ବଟମ ଦବାଇ ଉଦ୍‌ଘାଟନ କରିଥିଲେ । ଏହି ସମୟରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କ ସହିତ ମାନ୍ୟବର ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଉପସ୍ଥିତଥିଲେ । ଭରଚୁଆଲ ମୋଡରେ ପାରଳାଖେମୁଣ୍ଡି ଠାରେ ଏହି ନବନିର୍ମିତ ଜିଲ୍ଲା ଓ ସେସନ ଜଜ୍ କୋର୍ଟ କୋଠାର ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଓ ସେସନ ଜଜ୍ ବିଶ୍ୱଜିତ ଦାସ ଓ ଜିଲ୍ଲାପାଳ ଅନୁପମ ସାହାଙ୍କ ସମେତ ସିଜେଏମ ମାନସ କୁମାର ପଣ୍ଡା, ସିନିଅର ସିଭିଲ ଜଜ୍ ମିସ ଦୀପା ଦାସ, ଡିଏଲ୍‌ଏସ୍‌ଏର ସେକ୍ରେଟାରୀ ବ୍ୟୋମକେଶ ନାୟକ, ରେଜିଷ୍ଟ୍ରାର ଶୁଭଶ୍ରୀ ପ୍ରଧାନ, ସିଭିଲ ଜଜ୍ ଏସ୍‌ଡିଜେଏମ୍ ଚନ୍ଦ୍ରହାସ ବେହେରା, ଜେଏମ୍‌ଏଫସି ବନିଲ କୁମାର ଖଟେଇ, ଜେଏମ୍‌ଏଫସି ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ, ଜିଲ୍ଲା ବାର ସଂଘ ସଭାପତି ରାମନାଥ ମିଶ୍ର, ସମ୍ପାଦକ କୃଷ୍ଣ ମୋହନ ପଟ୍ଟନାୟକ, ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ବହୁ ପ୍ରଶାସନିକ ଏବଂ ପୋଲିସ ଅଧିକାରୀ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲା ଓ ସେସନ ଜଜ୍ ବିଶ୍ୱଜିତ ଦାସ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଆଜି ଗଜପତି ଜିଲ୍ଲା ପାଇଁ ଏକ ଗୌରବର ଦିନ କାରଣ ଦୀର୍ଘ ବର୍ଷ ଧରି ଏହି ଜିଲ୍ଲା ଓ ସେସନ ଜଜ୍ କୋର୍ଟର ନବନିର୍ମିତ କୋଠା ନିର୍ମାଣ ହୋଇ ଉଦ୍‌ଘାଟନ ହେବା ଅପେକ୍ଷାରେ ଥିଲା । ସମସ୍ତଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି । ଆଶା କରୁଛି ଯେ ଏହି ଆଦିବାସୀ ବହୁଳ ଗଜପତି ଜିଲ୍ଲାଞ୍ଚଳରେ ଯେଉଁ ବିଭିନ୍ନ ମକଦ୍ଦମା ସବୁ ରହିଛି ଏହା ସମସ୍ତଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରିପାରିବ ଏବଂ ଲୋକେ ଉଚିତ ନ୍ୟାୟ ପାଇପାରିବେ । ଅନ୍ୟ ପକ୍ଷରେ ଏହା ଦ୍ୱାରା ନ୍ୟାୟିକ ପ୍ରକ୍ରିୟା ଲୋକଙ୍କ ପାଖରେ ଠିକ ଭାବେ ପହଞ୍ôଚ ପାରିବ । ସେଥିପାଇଁ ଜିଲ୍ଲାର ଏହି ନ୍ୟାୟିକ କୋଠା ଜିଲ୍ଲାବାସୀଙ୍କ ପାଇଁ ଜୁଡିସିଆଲ ମନ୍ଦିର ହୋଇପାରିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ