ହାଇକୋର୍ଟ ନିର୍ଦ୍ଦେଶକୁ ବେଖାତିର

ଗଞ୍ଜାମ, (ବିନୋଦ ପଲାଇ):ହାଇକୋର୍ଟର ନିର୍ଦେଶକୁ ବେଖାତିର କରି ଗଞ୍ଜାମ ଏନଏସିର ଟେବୁଲେସନ ଫଣ୍ଡରୁ ୭୦ ଲକ୍ଷ ଟଙ୍କା ବ୍ୟୟରେ ଛଅ ନମ୍ବର ୱାଡ଼ର ରାମଲିଙ୍ଗେସ୍ୱର ମନ୍ଦିର ଦଖଲରେ ଥିବା ଜମିରେ ନିର୍ମାଣ ହେବାକୁ ଥିବା କଲ୍ୟାଣି ମଣ୍ଡପ କାମ ଆରମ୍ଭକୁ ବିରୋଧ କରିଛନ୍ତି ମନ୍ଦିର କମିଟି ଓ ସାହିବାସିନ୍ଦା । ଏନେଇ ଏକ ଏନଏସି ଅଫିସ ଘେରାଉ ସହ ତହସିଲଦାର ଓ ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ଯାହାକୁ ନେଇ ପ୍ରଶାସନ ଓ ମନ୍ଦିର କମିଟି ମୁଁହା ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଏକ ଓ ଦୁଇ ନମ୍ବର ୱାଡ଼ର ମଧ୍ୟ ଭାଗରେ ୨୦୦୧ ମସିହାରେ ତତ୍କାଳୀନ ବିଧାୟକ ତଥା ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ଅନୁଦାନ ରେ ନିର୍ମାଣଧିନ କଲ୍ୟାଣ ମଣ୍ଡପ ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ନ ହୋଇ ଅଧପାନ୍ତରିଆ ଭାବେ ରହିଥିବା ଦେଖାଯାଇଛି। ଯାହାଫଳରେ ବର୍ତ୍ତମାନ ଓ ପୂର୍ଵର ନିର୍ମାଣଧିନ ହେବାକୁ ଥିବା କଲ୍ୟାଣ ମଣ୍ଡପ ଏବେ ଅନିଶ୍ଚିତତା ଘରରେ ରହିଛି । ରାଜସ୍ଵ ବିଭାଗ ଓ ଏନଏସି ପ୍ରଶାସନ ପକ୍ଷରୁ ୱାଡ଼ ନମ୍ବର ଛଅରେ ରାମଲିଙ୍ଗେଶ୍ୱର ମନ୍ଦିର ଅଧୀନରେ ୧୯୫୦ ମସିହାରୁ ଥିବା ଜମି ଗଂଜାମ ମୌଜା ଖାତା ନଂ-୪୪୪, ପ୍ଲଟ ନଂ ୨୪୪୮ ଏରିଆ ଏ.୦୯୯୦ ଡେସିମିଲ କିସମ ପତିତ ଗ୍ରାମକଣ୍ଠ ଦଖଲରେ ଥିବା ଜମିକୁ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଚିହ୍ନଟ କରିଥିଲେ । ୨୦୧୯ ମସିହାରେ ତତ୍କାଳୀନ ତହସିଲଦାର ଗଂଜାମ ଏନଏସିକୁ ଦେଇଦେବ ପାଇଁ କହିବାରୁ ତୀଵ୍ରପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ବେଖାତିର କରି ଏନଏସି ପକ୍ଷରୁ ୨୦୧୯ ମସିହା ଅଗଷ୍ଟ ୩୧ ତାରିଖ ଦିନ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଯାହାକୁ ସାହିବାସିନ୍ଦା ଓ ମନ୍ଦିର ପରିଚାଳନା କମିଟି ନିର୍ମାଣକୁ ବିରୋଧ କରିଥିଲେ । ଏପରି କି ମନ୍ଦିର କମିଟି ମାନ୍ୟବର ଉଚ୍ଚ ନ୍ୟାୟାଳୟରେ WP (C) ନଂ ୧୮୩୩୦/୨୦୧୯ ରେ ମାମଲା ଦାୟର କରିଥିଲେ। ମାମଲାର ଶୁଣାଣୀ କରି ଗତ ୨୦୧୯ ମସିହା ସେପ୍ଟେମ୍ବର ନଅ ତାରିଖରେ ମାନ୍ୟବର ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ , ଆଇନ ଅନୁଯାୟୀ ଜାଗା ଉପରେ କାର୍ଯ୍ୟାନୁଷ୍ଠାନ ନିଆଜାଇପାରିବ, କୌଣସି ଜବରଦଖଲ ଉଛେଦ କରାଯାଇପାରିବନି । ଯାହାଫଳରେ ,ସେହି ସମୟରେ ଇତି ମଧ୍ୟରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇପାରିନଥିଲା କି ଏହାର ସମାଧାନ ପାଇଁ ନା ସାଧାରଣ ପ୍ରଶାସନ ନା ଏନଏସି ପ୍ରଶାସନ ତାତ୍ପରତା ନ ହୋଇ ଚିଇଁ ସୋଇଥିଲେ । ଗତ ମେ ମାସରେ ପୁନର୍ବାରବର୍ତ୍ତମାନ ପୁଣି କଲ୍ୟାଣ ମଣ୍ଡପ ର ଅଗ୍ରଗତି ପାଇଁ ପ୍ରଶାସନ ତତ୍ପର ହୋଇ ଉଥିବାରୁ ସହରରେ ଏକ ବଡ଼ ଧରଣର ବିବାଦ ଦେଖାଦେଇଛି। କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ଜମି ରାମ ଲିଙ୍ଗେଶ୍ୱର ମହାଦେବଙ୍କ ମାଲିକାନାରେ ଆସୁଥିବାରୁ ହାଇକୋର୍ଟରେ ନିର୍ଦ୍ଦେଶକୁ ବାରମ୍ବାର ଅବମାନନା କରି ଉକ୍ତ ଜାଗାକୁ ଗଞ୍ଜାମ ତହସିଲଦାର ଅରୁଣ ନାୟକ , ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାର, ଏବଂ ବୈଷୟିକ ଟିମ ଘଟଣା ସ୍ଥଳ ପରିଦର୍ଶନ କରିବାକୁ ଯାଇ ମାଟିର ନମୁନା ନେବା ବେଳେ ପ୍ରବଳ ବିରୋଧରେ ସମ୍ମୁଖୀନ ହୋଇଥିଲେ । ଜନତାଙ୍କ କ୍ରୋଧ ଓ ପରିସ୍ଥିତି ଅଣଆୟତ୍ତ ଦେଖି ଅଧିକାରୀ ମାନେ ଫରିଯାଇଥିଲେ ।ଏନେଇ ମନ୍ଦିର ପରିଚାଳନା କମିଟି , ସାହି ବାସିନ୍ଦା , ରାଜସ୍ଵ ବିଭାଗ ଓ ଏନଏସି ପକ୍ଷରୁ ମିଳିତ ବୈଠକ କରାଯାଇ କଲ୍ୟାଣ ମଣ୍ଡପ ନିର୍ମାଣ ହେବା ପାଇଁ ନିଷ୍ପତ୍ତି ହୋଇଥିଲା । ମାତ୍ର ଏହି ନିଷ୍ପତିକୁ ସମ୍ପୂର୍ଣ୍ଣ ଅଣଦେଖା କରି ଏନଏସି ପକ୍ଷରୁ ନିର୍ମାଣ ପାଇଁ ଟେଣ୍ଡର କରିଥିଲେ । କାର୍ଯ୍ୟ ଜୋରଦାର ଚାଲିଥିବା ଜଣାପଡିଛି। ଗତ ତିନିଦିନ ତଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ତୀବ୍ର ବିରୋଧ ସମ୍ମୁଖୀନ ହେବାରୁ ,ଗଞ୍ଜାମ ଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲା। ଏନେଇ ଗତ କାଲି ସନ୍ଧ୍ୟାରେ ମନ୍ଦିର ପରିସରେ ମନ୍ଦିର କମିଟି ଓ ସାହି ବାସିନ୍ଦାଙ୍କ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା। ଆଜି ଏକ ଶୋଭାଯାତ୍ରାରେ ସାହିବାସିନ୍ଦାଙ୍କ ଓ ମନ୍ଦିର ପରିଚାଳନା କମିଟିର ସନ୍ତୋଷ ଗୌଡ଼, ଗୁଣ୍ଡିଚା ଦାସ, ପ୍ରଭାତ ସାହୁ, ପ୍ରକାଶ ମହାଙ୍ଗୁଡ଼, କାଳୀକମଳ ପରିଡା, ପର୍ଶୁରାମ ପରିଡା, କାଶୀନାଥ ମହାଙ୍ଗୁଡ଼, ମନରଞ୍ଜନ ସାହୁ, ସୀମାଞ୍ଚଳ ଦାସ, ବିଦିଦୋରା, ଦୂର୍ଗାରାଓ, ମଙ୍ଗୁଳୁ ସାହୁ ପ୍ରମୁଖ ଏନଏସି ଅଫିସ, ତହସିଲଦାର ଓ ଗଂଜାମ ଥାନାକୁ ଯାଇ ହାଇକୋର୍ଟର ନିର୍ଦ୍ଦେଶ କୁ ଅବମାନନା ନକରିବା ପାଇଁ ଲିଖିତ ଭାବେ ଜଣାଇବା ସହ ହାଇକୋର୍ଟର ଆଦେଶ କପି ଓ ଜମିର କପି ପ୍ରଦାନ କରିଥିଲେ । ସେହିପରି ୨୦୦୧ ମସିହା ଅକ୍ଟୋବର ମାସ ୧୯ ତାରିଖରେ ରେ ତତ୍କାଳୀନ ବିଧାୟକ ତଥା ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ମିଳିତ ଭାବେ ଏକ ଓ ଦୁଇ ନମ୍ବର ୱାଡ ମଧ୍ୟ ଭାଗରେ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ କାମ ଆରମ୍ଭ ହୋଇ ବନ୍ଦ ହେବାର ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହେବାର ନାଁ ଧରୁନାହିଁ। ଯାହା ଗଂଜାମ ଏନଏସିରେ ଗୋଟାଏ କଲ୍ୟାଣ ମଣ୍ଡପ ନଥିବା ବେଳେ ବର୍ତ୍ତମାନ ହେବାର ନେଇ ଅନିଶ୍ଚିତତା ଦେଖାଦେଇଛି। ସୂଚନାଯୋଗ୍ୟ , ୨୦୧୨-୧୩ ଆର୍ଥିକ ବର୍ଷରେ ସବୁ ସହାରାଞ୍ଚଳରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ସରକାର ଅର୍ଥ ମଞ୍ଜୁରୀ କରିଥିଲେ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଏନଏସିର କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୩୭ ଲକ୍ଷ ଟଙ୍କା ମଞ୍ଜୁରି ହୋଇଥିଲା । ମାତ୍ର ତତ୍କାଳୀନ ପରିଚାଳନା ପରିଷଦ କଲ୍ୟାଣ ମଣ୍ଡପ ନିର୍ମାଣ ନକରି ୨୦୧୩ ମସିହାରେ ହୋଇଥିବା ମହାଵତ୍ୟ ଫାଇଲିନି ରେ ସହରର ଆଲୋକ ବ୍ୟବସ୍ଥା ପାଇଁ ୩୭ ଲକ୍ଷ ଟଙ୍କାର ଲାଇଟ କିଣିଥିଲେ । ଯାହାକି ନଗର ଉନ୍ନୟନ ବିଭାଗ ର ବିନା ଅନୁମତିରେ ଏହି ଅର୍ଥ ବିନିଯୋଗ କରାଯାଇଥିବାରୁ ତତ୍କାଳୀନ ଜିଲ୍ଲାପାଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଗିଦ କରିବା ସହ କାରଣ ଦର୍ଶଆ ନୋଟିସ ଜାରିକରିଥିଲେ । ଏହାକୁ ନେଇ ସେହି ସମୟରେ ଲାଇଟ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ବିଭିନ୍ନ ସଙ୍ଘଠନ ନଗର ଉନ୍ନୟନ ବିଭାଗ ର ଦୃଷ୍ଟି ଆକର୍ଷଣ କରିଥିଲେ। ନଗର ଉନ୍ନୟନ ବିଭାଗ ର ଜୈନିକ ଉପ-ଶାସନ ସଚିବ ଗଞ୍ଜାମ ଆସି ଏହାର ସର-ଜମିମ୍ ତଦନ୍ତ କରିଥିଲେ । ତବେ ସାତ ବର୍ଷ ବିତିଯାଇଥିଲେ ମଧ୍ୟ ତଦନ୍ତର ରୂପରେଖ କଣ ହୋଇଛି କେହି ଜାଣିପାରୁନାହାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ