ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବିକ୍ଷୋଭ
କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ଦାବିରେ ଭବାନୀପାଟଣାରେ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବୀ କରି ଓକିଲମାନେ ଜିଲ୍ଲା ସେସନ କୋର୍ଟ ପରିସରରେ ଥିବା ମଧୁବାବୁ ପ୍ରତିମୂର୍ତ୍ତି ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ସଂଗଠନର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏହା ପୂର୍ବରୁ କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ଦୀର୍ଘ ଦିନ ଠାରୁ ପ୍ରତିମାସ ଶେଷ ସୋମବାର ଜିଲାରେ ବିକ୍ଷୋଭ କରିଆସୁଛନ୍ତି । ଭୌଗଳିକ ଦୃଷ୍ଟିରୁ ଓ ସରକାରଙ୍କ ପଲ କମିଶନ ରିପୋର୍ଟ ଅନୁସାରେ କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା କଥା କିନ୍ତୁ ଏହା ନ କରି ଦିନ ଗଡାଇ ଚାଲିଛନ୍ତି ତୁରନ୍ତ କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚସ୍ଥାପନ କରିବାକୁ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ଦାବି କରିଛନ୍ତି ।


