ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଦିଲ୍ଲୀ ଗସ୍ତ
କଳାହାଣ୍ଡି:ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ଦାବିରେ ଭବାନୀ ପାଟଣା ରେ ମିଳିତ କ୍ରିୟାନୁଷ୍ଠାନ କମିଟି ଦାବି କରିଆସୁଥିବା ବେଳେ ଆଜି କମିଟିର ୧୫ ଜଣିଆ ପ୍ରତିନିଧି ଦଳ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କୁ ଦିଲ୍ଲୀ ଯାଇ ଦାବୀ ଜଣାଇବା କାର୍ଯ୍ୟକ୍ରମ ରହିଛି । କେସିଙ୍ଗା ରୁ ଟ୍ରେନ ଯୋଗେ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ଠାରେ କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ସବୁ ମାନ ଦଣ୍ଡ ପୂରଣ କରୁଛି ବୋଲି ଏହି ପ୍ରତିନିଧି ଦଳ ଜଣାଇବେ ବୋଲି କହିଛନ୍ତି।


