ହାଇଜେନିକ୍ ମାଛ ମାର୍କେଟ ଉଦଘାଟିତ
ଭଂଜନଗର,(ସନ୍ତୋଷ କୁମାର ଜେନା): ଭଞ୍ଜନଗର ଉପଖଣ୍ଡ ବାଉଁଶଲୁଣ୍ଡିର ଲକ୍ଷ୍ମୀବିହାର ଠାରେ ହାଇଜେନିକ୍ ମାଛ ମାର୍କେଟ୍ କୁ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଉଦ୍ ଘାଟନ କରିଛନ୍ତି। ରାଜ୍ୟ ସରକାର କାମଧେନୁ ଯୋଜନାରେ ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇ ପାରିବ। ଏଥିପାଇଁ ରାଜ୍ୟ ସରକାର ୧୫୨୩ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିବା ମନ୍ତ୍ରୀ ମଳିକ କହିଥିଲେ। ଉତ୍ସବରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମାଛ ଉତ୍ପାଦନ କେନ୍ଦ୍ର ଓ ବଜାର ମୁଖ୍ୟ ସୁଶାନ୍ତ କୁମାର ପ୍ରଧାନଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୈଜ୍ଞାନିକ ନାଗେଶ୍ କୁମାର ବାରିକ୍, ଜଗନ୍ନାଥପ୍ରସାଦ ମତ୍ସ୍ୟ ଅଧିକାରୀ ସାର୍ଥକ ସିଦ୍ଧାର୍ଥଙ୍କ ପ୍ରଧାନ ଓ ଭଞ୍ଜନଗର ସୁଧାଂଶୁ ଶେଖର ସାହୁ ଯୋଗ ଦେଇ ଏହାର ଆଭିମୁଖ୍ୟ ସଂପର୍କରେ କହିଥିଲେ। ପ୍ରଧାନମନ୍ତ୍ରୀ କୃଷକ ସହାୟତା ଯୋଜନାରେ ପ୍ରଧାନ ୧ କୋଟି ଟଙ୍କାର ରୁଣ ଆଣି ସେଥିରେ ୪୦ ଲକ୍ଷ ଟଙ୍କାର ସବସିଡ୍ ପାଇଥିବା ଏଠାରେ ସୂଚନା ଦେଇଥିଲେ। ଏହି ଚାଷୀ ଉଦ୍ୟାଗ ଦ୍ବାରା ବହୁ ବେକାର ଯୁବକ ଯୁବତୀ ଆତ୍ମ ନିର୍ଭରଶୀଳ ହେବେ ବୋଲି ବିଧାୟକ ନାୟକ କହିଛନ୍ତି। ଏହି ଅବସରରେ ଅତିଥିମାନେ ପ୍ରଧାନଙ୍କ ମାଛ ମାର୍କେଟର ବିଭିନ୍ନ କାର୍ଯ୍ୟ କ୍ରମ ବୁଲି ଦେଖିଥିଲେ ।