ହାଇଟେକ୍ ପ୍ଲାଜା କମ୍ୟୁନିଟି ହଲ୍ ଉଦ୍‌ଘାଟିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ହାଇଟେକ୍ ପ୍ଲାଜାର କମ୍ୟୁନିଟି ହଲ୍ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସମ୍ମାନୀୟ ଅତିଥି ଭାବେ ବିଧାୟକ ସୁରେଶ କୁମାର ରାଉତରାୟ, ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟ, ଏଚ୍‌ଆଇପିପିଏଲ୍‌ର ନିର୍ଦେଶକ ମଧୂସୁଦନ ପାଣିଗ୍ରାହୀ, କାର୍ଯ୍ୟ ନୀର୍ବାହୀ ନିର୍ଦେଶକ ତିରୁପତି ଚୌଧୁରୀ ପ୍ରମୁଖ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ହାଇଟେକ୍ ପ୍ଲାଜା ଓନର ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଆସୋସିଏନ୍‌ର ସଭାପତି ବିନୋଦ କୁମାର ପଣ୍ଡା ଏହାକୁ ପରିଚାଳଣା କରିଥିଲେ । ସମ୍ପାଦକ ବିଏସ୍‌କେ ଛୋଟରାୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଗୀତାଞ୍ଜଳି ପଣ୍ଡା ଏହାକୁ ସଂଯୋଜନା କରିଥିଲେ । ବରିଷ୍ଠ ନାଗରିକ ୟୁନିଟ୍‌ର ସଭାପତି ବାଳକୃଷ୍ଣ ଶତପଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ରତିକାନ୍ତ ପାଢ଼ୀ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରାଣୀ ସଭ୍ୟ ନିଳୋତ୍ରୀ ସାମନ୍ତରାୟ, ମାନଭେନ୍ଦୁ ମହାପାତ୍ର, ବିନୋଦ କୁମାର ମହାପାତ୍ର, ହରିହର ସାହୁ, କେକେ ତ୍ରିପାଠୀ, ପିସି ପାଢ଼ୀ, ବିଜୟ ପାତ୍ର, ଅର୍ଚନା ପଣ୍ଡା, ଭୀମସେନ ବାରାଳ, ସର୍ବେଶ୍ୱର ମହାନ୍ତି, ଅତୁନ ସୁବୁଦ୍ଧି ଓ କର୍ମକର୍ତାମାନେ ସହଯୋଗ କରିଥିଲେ । ହାଇଟେକ୍ ଅଂଚଳକୁ ସବୁଦିନିଆ ଡ୍ରେନ୍‌, ରାସ୍ତା ଓ ଆଉଟ୍‌ପୋଷ୍ଟ ନିର୍ମାଣ୍ଣ ପାଇଁ ସଭାରେ ସଭାପତି ଶ୍ରୀ ପଣ୍ଡା ବାଚଷ୍ପତିଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ