ହାଇଦ୍ରାବାଦରୁ ଗଣିଜାଙ୍ଗ ସାଇକେଲରେ ଫେରିଲେ ପ୍ରବାସୀ
ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମର ଚକ୍ରଧର ଦାସଙ୍କ ପୁଅ ସୁବାଷ ଦାସ ତେଲେଙ୍ଗାନା ମାଧବପୁର ହାଇସିଟିରେ ରହି କଂକ୍ରିଟ୍ କାର୍ଯ୍ୟ କରୁଥିଲେ । ଲକ୍ ଡାଉନ୍ ଯୋଗୁ ସେଠାରେ କାମଧନ୍ଦା ବନ୍ଦ ହୋଇଯାଇଥିଲା । ଫଳରେ ସେ ଅର୍ଥାଭାବରୁ ଖାଇବାକୁ ପାଇନଥିଲେ । ଶେଷରେ କୌଣସି ଉପାୟ ନପାଇ ସେ ଘରକୁ ସାଇକେଲ ଯୋଗେ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଗତ ୩ ତାରିଖରେ ତେଲେଙ୍ଗାନା ମାଧବପୁର ହାଇସିଟିରୁ ସେ ସାଇକେଲ ଯୋଗେ ବାହାରି ଦୀର୍ଘ ୧୩ ଶହ କିମି ରାସ୍ତା ଅତିକ୍ରମ କରି ଘରେ ପହଞ୍ôଚ ଥିଲେ । ଖବର ପାଇଁ ପଞ୍ଚାୟତ ତରଫରୁ ତାଙ୍କୁ ଗଣିଜାଙ୍ଗସ୍ଥିତ ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେ ଓଡିଶାରୁ ମାର୍ଚ୍ଚ ମାସ ପ୍ରଥମାର୍ଦ୍ଧରେ କାମ କରିବାକୁ ଯାଇଥିଲେ । ସେଠାରେ ସେ ମାତ୍ର ୧୩ ଦିନ କାମ କରିଥିଲେ ।


