ପ୍ରବାସୀଙ୍କୁ ସହଯୋଗର ହାତ ବଢ଼ାଇଲେ ସାମ୍ବାଦିକ

ବୁଗୁଡା, (ଅନିଲ କୁମାର ମହାରଣା): ବୁଗୁଡ଼ାରୁ ପ୍ରକାଶିତ ଜିଲ୍ଲା ପରିକ୍ରମା ପତ୍ରିକାର ସମ୍ପାଦକ ତଥା ସାମ୍ବାଦିକ ତ୍ରିଲୋଚନ ପଣ୍ଡା ହାଇଦ୍ରାବାଦରୁ ଚାଲି ଚାଲି ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ପୋଲିସର ସହାୟତାରେ ଦୁଇଟି ବୋଲର ଦ୍ୱାରା ନିଜ ଗ୍ରାମକୁ ଫେରିବାରେ ସହଯୋଗ କରି ପ୍ରଶଂସିତ ହୋଇଛନ୍ତି। ସାମ୍ବାଦିକ ଶ୍ରୀ ପଣ୍ଡା ଖବର ସଂଗ୍ରହ ପାଇଁ ଗାଙ୍ଗପୁର ଯାଉଥିବା ବେଳେ କେନ୍ଦୁପଦର ପରେ ମୁଖ୍ୟ ରାସ୍ତାରେ କେତକ ଶ୍ରମିକ ଚାଲି ଚାଲି ଯାଉଥିବା ଦେଖି ସେମାନଙ୍କୁ ପଚାରିଥିଲେ। ସେହି ଶ୍ରମିକ ମାନେ ହାଇଦ୍ରାବାଦରୁ ଚାଲି ଚାଲି ନିଜ ଅଞ୍ଚଳ ଫୁଲବାଣୀ ଯାଉଥିବା କହିଥିଲେ। ଶ୍ରୀ ପଣ୍ଡା ସେମାନଙ୍କୁ ଖାଇବାକୁ କିଛି ବିସ୍କୁଟ ଦେବାସହ ପୋଲିସ ଥାନାକୁ ଖବର ଦେଇଥିଲେ। ପୋଲିସ ବାହିନୀ ଖବର ପାଇ କିଛି ଶୁଖିଲା ଖାଦ୍ୟ ଓ ପାଣି ବୋତଲ ଦେବାସହ ଦୁଇଗୋଟି ବୋଲର ଗାଡ଼ିରେ ସେମାନଙ୍କୁ ନିଜ ଅଞ୍ଚଳ ଫୁଲବାଣୀକୁ ପଠାଇଥିଲେ। ବୁଗୁଡାର ଜଣେ ସାମ୍ବାଦିକ ଗାଙ୍ଗପୁର ଥାନା ଅଞ୍ଚଳରେ ଶ୍ରମିକ ମାନବକୁ ସହଯୋଗ କରିଥିବା ଯୋଗୁଁ ବୁଗୁଡା ପ୍ରେସ କ୍ଲବ ସାଧାରଣ ସମ୍ପାଦକ ଅନିଲ କୁମାର ମହାରଣା, ସାମ୍ବାଦିକ ତ୍ରିଲୋଚନ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ