ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଜରଡ଼ା ଥାନା ବାଦପୁର ପଞ୍ଚାୟତ ଜିଲୁଣ୍ଡା ଗ୍ରାମର ରାଜେନ୍ଦ୍ର ପ୍ରଧାନଙ୍କ ପୁତ୍ର ଧର୍ମେଶ (୨୫)ଙ୍କ ମୃତଦେହ ହାଇଦ୍ରାବାଦ ଠାରୁ ଉଦ୍ଧାର ହୋଇଛି । ଗତ କିଛି ବର୍ଷ ହେଲା ଧର୍ମେଶ ହାଇଦ୍ରାବାଦ ଠାରେ ଏକ ଘୋରେଇ କମ୍ପାନୀରେ କାମ କରି ଆସୁଥିଲେ । ଗତବର୍ଷ ଧର୍ମେଶ ଗ୍ରାମକୁ ଆସିଥିଲେ କିଛିଦିନ ପରେ ସେ ପୁଣି ହାଇଦ୍ରାବାଦ କାମ କରିବା ପାଇଁ ଫେରିଥିଲେ । ତେବେ ଧର୍ମେଶଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ତେବେ ଖବର ପାଇ ବାପା ହାଇଦ୍ରାବାଦ ଯାଇଥିବା ଜଣାପଡ଼ିଛି ।