ହାଇଦ୍ରାବାଦ ଯାଉଥିବା ଦୁଇ ଯୁବକ ଙ୍କୁ ମରଣାତ୍ମକ ଆକ୍ରମଣ

ନିମାପଡ଼ା, (ସନ୍ତୋଷ ଦାଶ) :କୋଣାର୍କ ରାମଚଣ୍ଡି ଥାନା କାନପୁର ଗ୍ରାମ ର ଗଙ୍ଗାଧର ଦାସ ଓ ଗୟାଧର ଦାସ ହାଇଦ୍ରାବାଦ ରେ ଏକ ଘରୋଇ କମ୍ପାନୀ ରେ ଚାକିରୀ କରିଛନ୍ତି । ସେ କିଛିଦିନ ତଳେ ଘରକୁ ଆସିଥିଲେ। ଆଜି ଦୁଇ ଭାଇ ତାଙ୍କ ପଡୋଶୀ ଦେବରାଜ ରାଉତ ଙ୍କ ବାଇକ ଯୋଗେ ଘରୁ ବାହାରି ଭୁବନେଶ୍ୱର ରେଳ ଷ୍ଟେସନ କୁ ଯାଉଥିଲେ । ସେଠାରୁ ଟ୍ରେନ ଯୋଗେ ହାଇଦ୍ରାବାଦ ଯାଇଥାନ୍ତେ। ନିମାପଡ଼ା – ଗୋପ ରାସ୍ତା ର ସର୍ବାପଡ଼ା ଛକ ଠାରେ ଏକ କାର ରେ ଆସି କିଛି ଦୁର୍ବୃତ୍ତ ସେମାନଙ୍କୁ ମରଣାତ୍ମକ ଆକ୍ରମଣ କରି ସେମାନଙ୍କ ଠାରୁ ୨୦ ହଜାର ଟଙ୍କା, ୨୦ଗ୍ରାମ ଓଜନ ର ସୁନା ଚେନ, ୩ଟି ସୁନା ମୁଦି, ୩ଟି ଦାମୀ ମୋବାଇଲ ଲୁଟ କରିନେଇଥିବା ଯୁବକ ଙ୍କ ବାପା କୃଷ୍ଣ ଚନ୍ଦ୍ର ଦାସ ନିମାପଡ଼ା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହିତ ଅଭିଯୋଗ ର ତଦନ୍ତ ଆରମ୍ଭ କରିଛି। ଗୁରୁତର ଆହତ ଯୁବକ ମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ସମଗ୍ର ନିମାପଡା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କାର ରେ ୫ଜଣ ଦୁବୃର୍ତ୍ତ ଆସି ଏମାନଙ୍କୁ ଭୁଜାଲି, ଖଣ୍ଡା ପ୍ରଭୃତି ମାରଣାସ୍ତ୍ର ରେ ଆକ୍ରମଣ କରିଥିବା ଅଭିଯୋଗକାରୀ ଶ୍ରୀ ଦାସ ପୋଲିସ ନିକଟରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ