ହାଇସ୍କୁଲରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-୭୩ ତମ ବନ ମହୋତ୍ସବ ପାଳନ ଅବସରରେ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ରଘୁନାଥ ହାଇସ୍କୁଲ ପରିସରରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରଘୁନାଥ ମହାରଣାଙ୍କ ସଭାପତିତ୍ବରେ ଆୟୋଜିତ ବନ ମହୋତ୍ସବରେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ସଭା କାର୍ଯ୍ୟ ଜରିଆରେ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ୫୦ ଗୋଟି ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଫରେଷ୍ଟ ଗାର୍ଡ ଶୁଭାସିନୀ ପ୍ରଧାନ , ଭାରତୀ ବେହେରା , ପାରା ଫରେଷ୍ଟର ମୁରାରୀ ପ୍ରସାଦ ରଥ , ଜୟସେନ ବିଶ୍ବାଳ , ଇକୋ କ୍ଳବ୍ ଇନଚାର୍ଜ ଲକ୍ଷ୍ମୀ ନାରାୟଣ ମହାରଣା ସମେତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।


