ହାଇସ୍କୁଲରେ ଯୁକ୍ତ ୨ ଖୋଲିବାକୁ ଜାଗ୍ରତ କନ୍ଧମାଳର ଦାବି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ବିଭିନ୍ନ ହାଇସ୍କୁଲରେ ଯୁକ୍ତ ୨ ପାଠ୍ୟକ୍ରମ ଖୋଲିବାକୁ ଜାଗ୍ରତ କନ୍ଧମାଳ ସଂଗଠନ ପକ୍ଷରୁ ଦାବି କରିଛି। ସଂଗଠନ ପକ୍ଷରୁ ଏନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠା ଯାଇଛି। ସରକାର ବିଭିନ୍ନ ହାଇସ୍କୁଲରେ ଯୁକ୍ତ ୨ ପାଠ୍ୟକ୍ରମ ଆରମ୍ଭ କରିବାକୁ ସ୍ଥିର କରିଥିଲେ। ଏହି କ୍ରମରେ ଦାରିଙ୍ଗବାଡି ବାଳକ ହାଇସ୍କୁଲ ଓ କୋଟଗଡ ହାଇସ୍କୁଲରେ ଯୁକ୍ତ ଦୁଇ ଖୋଲା ଯାଇଛି। ତେବେ ଫୁଲବାଣୀ ବ୍ଲକ ବଇଡା ଠାରେ ଥିବା ଦିନାରସିଂ ହାଇସ୍କୁଲ, ଖଜୁରିପଡାର ରଣପାଟୁଳି ହାଇସ୍କୁଲ, କେ ନୁଆଗାଁ ବ୍ଲକର କୁଡୁତୁଲି ବାଳିକା ହାଇସ୍କୁଲରେ ଯୁକ୍ତ ୨ ଖୋଲିବା ପାଇଁ କୋଠା ନିର୍ମାଣ ସରି ଯାଇଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ ନାମ ଲେଖା ବିଜ୍ଞାପନ ପ୍ରକାଶ ପାଇନାହିଁ। ଅନ୍ୟ ପକ୍ଷରେ ତୁମୁଡିବନ୍ଧ ବ୍ଲକର ଗୁମା ହାଇସ୍କୁଲ ଓ ବାଲିଗୁଡା ବ୍ଲକର ବଡଗାଁ ବାଳିକା ହାସଇସ୍କୁଲରେ ଯୁକ୍ତ ୨ ଖୋଲିବା ପାଇଁ କୋଠା ନିର୍ମାଣ ପାଇଁ କାର‌୍ୟ୍ୟାଦେଶ ଦିଆଯାଇଥିଲେ ମଧ୍ୟ ନିର୍ମାଣ ଆରମ୍ଭ ହୋଇ ନାହିଁ। ତେଣୁ ତୁରନ୍ତ କୋଠା ନିର୍ମାଣ ସରିଥିବା ସ୍କୁଲରେ ଯୁକ୍ତ ୨ ଆରମ୍ଭ କରିବା ଏବଂ ନିର୍ମାଣ ହୋଇନଥିବା ସ୍କୁଲରେ ଶିଘ୍ର ନିର୍ମାମ କାର‌୍ୟ୍ୟ ସାରି ଯୁକ୍ତ ୨ ପାଠ୍ୟକ୍ରମ ଆରମ୍ଭ କରିବାକୁ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ସାଧାରଣ ସମ୍ପାଦକ ବିଚିତ୍ର ବିଜୟ ପ୍ରଧାନ ଓ ସଂଗଠନ ସମ୍ପାଦକ ସତ୍ୟନାରାୟଣ ବେହେରା ଓ ଅନ୍ୟମାନେ ପ୍ରମୁଖ ଦାବି କରି ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ