ହାଇସ୍କୁଲରେ ରେ ଭିଜନ ୨୦୨୧ ଶିକ୍ଷା କମିଟିର କର୍ମଶାଳା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲାର ସର୍ବ ପୁରାତନ ତଥା ଐତିହ୍ୟ ସମ୍ପନ୍ନ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଭିଜନ ୨୦୨୧ ଶିକ୍ଷା କମିଟିର ଅଧ୍ୟକ୍ଷ ଡ଼ା. ବିଶ୍ୱ ପ୍ରକାଶ କାନୁନଗୋଙ୍କ ଅଧ୍ୟକ୍ଷତାରେ ଏବଂ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ପରାମର୍ଶରେ ବିଦ୍ୟାଳୟର ବିକାଶ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କମିଟିର ଆବାହକ ତଥା ପ୍ରଧାନଶିକ୍ଷକ ଉପେନ୍ଦ୍ରନାଥ ସ୍ୱାଇଁ ୭ଟି ମୁଖ୍ୟ ବିଷୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ବିଷୟ ଗୁଡିକ ମଧ୍ୟରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୧୦୦ ଦିନିଆ କାର୍ଯ୍ୟବଳୀ ସଂପର୍କିତ ଆଲୋଚନା, ଅସୁରକ୍ଷିତ ଶ୍ରେୀଣୀଗୃହ, ବାରମ୍ବାର ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଛାତ୍ରଛାତୀଙ୍କ ସଂପର୍କରେ, ବିଦ୍ୟାଳୟରେ ଖାଲି ପଡିଥିବା ସ୍ଥାୟୀ ଶିକ୍ଷକ ଓ କର୍ମଚାରୀଙ୍କ ପଦବୀ ପୁରଣ, ନିଦ୍ଧିଷ୍ଟ ବିଷୟରେ ଦୁର୍ବଳ ଥିବା ଚାତ୍ରଛାତ୍ରୀଙ୍କ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ, ବିଦ୍ୟାଳୟ ପରିସର ରେ ଶ୍ରେଣୀ ଗୃହ ଓ ମହାତ୍ମାଗାନ୍ଧୀଙ୍କ ପ୍ରତିମୁର୍ତୀ ନିର୍ମାଣ, ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ପୋଷ୍ୟଛାତ୍ର ଗ୍ରହଣ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ପୂର୍ବତନ ପ୍ରଶାସକ ତଥା ଶିକ୍ଷାବିତ୍ ଅମିୟ କୁମାର ମହାନ୍ତି, ଛାତ୍ର ସଂସଦ ସଭାପତି ତୈଲୋକ୍ୟ ଚରଣ ସ୍ୱାଇଁ, ଶିକ୍ଷାବିତ୍ ହେମନ୍ତ କୁମାର ଜେନା, ଆଇନଜୀବି ଦେବଦାସ ମହାନ୍ତି, ସୟଦ ଅକମଲ ଅଲ୍ଲୀ, ବଳରାମ ମହାନ୍ତି, ଚିତ୍ତରଞ୍ଜନ ଭଗତ, ସେକ ଲିଆକତ ଅଲ୍ଲୀ, ଆଇନଜୀବି ସରୋଜରାଜ ସିଂ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରି ଏହି ୭ଟି ପ୍ରସଙ୍ଗ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ । ଏହି ବିଦ୍ୟାଳୟର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଆସନ୍ତା ମାର୍ଚ୍ଚମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ଆଲୁମିନି ବୈଠକରେ ହାଇସ୍କୁଲର ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ‘ମୋ ସ୍କୁଲ ଅଭିଯାନ’ ରେ ସାମିଲ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଶେଷରେ ଶିକ୍ଷକ ଶିବ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ